ସ୍ମାର୍ଟଫୋନ୍ ପ୍ରେମୀଙ୍କ ପାଇଁ ବଡ଼ ଖବର,ଶସ୍ତା ପିକ୍ସଲ୍ ସ୍ମାର୍ଟଫୋନ୍ ଲଞ୍ଚ କଲା ଗୁଗଲ୍

ସ୍ମାର୍ଟଫୋନ୍ ପ୍ରେମୀଙ୍କ ପାଇଁ ବଡ଼ ଖବର । ଗୁଗଲ୍ ଶେଷରେ ଏହାର ଶସ୍ତା ପିକ୍ସଲ୍ ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଏହା ଶସ୍ତା ଫୋନରେ ଫ୍ଲାଗସିପ୍ ଲେବଲର AI ଫିଚର୍ସ ଏବଂ ପାୱାରଫୁଲ ବ୍ୟାଟେରୀ ପ୍ୟାକ୍ ରହିଛି । ଏହି ଫୋନରେ କ୍ୟାମେରା କୋଚ୍ ଭଳି AI ଫିଚର୍ସ ସହିତ ଲଞ୍ଚ କରିଛି । ଯାହା ୟୁଜର୍ସଙ୍କୁ ଭଲ ଫଟୋ ଉଠାଇବାରେ ରିୟଲ୍ ଟାଇମ୍ ଗାଇଡାନ୍ସ ପ୍ରଦାନ କରିବ ।

ଏହି ଫୋନରେ ୬.୩ ଇଞ୍ଚର Actua ଡିସପ୍ଲେ ସହିତ ଲଞ୍ଚ କରିଛି । ଯାହା ୩୦୦୦ନିଟ୍ସର ପିକ୍ ବ୍ରାଇଟନେସକୁ ସପୋର୍ଟ କରିଥାଏ । ଏହାର ଆଉଟଡୋରରେ ଜବରଦସ୍ତ ସ୍କ୍ରିନିଂ ଭିଜିବିଲିଟି ମଧ୍ୟ ପ୍ରଦାନ କରିଛି । ଏହି ଫୋନ୍‌ଟି Pixel 9a ର Tensor G4 ପ୍ରୋସେସରକୁ ଜାରି ରଖିଛି ।  ଏହି ଫୋନଟି ୱାଟର ଏବଂ ଡଷ୍ଟରୁ ପ୍ରୋଟେକ୍ଟ କରିବା ପାଇଁ IP68 ରେଟିଂ ଏବଂ ଗୋରିଲା ଗ୍ଲାସ୍ 7i ପ୍ରୋଟେକ୍ସନ ସହିତ ପ୍ରଦାନ କରୁଛି । ଗୁଗଲ ଏହି ଫୋନକୁ ୭ ବର୍ଷ ପର୍ଯ୍ୟନ୍ତ ଅପରେଟିଂ ସିଷ୍ଟମ୍ ଏବଂ ସପ୍ଟୱେୟାର ଅପଡେଟ୍ ପ୍ରଦାନ କରିବ ।

Pixel 10a ରେ ଏକ 48MP ମେନ୍ ସେନ୍ସର ଏବଂ ବ୍ୟାକ୍ ସାଇଡରେ 13MP ଅଲଟ୍ରାୱାଇଡ୍ ଲେନ୍ସ ରହିଛି । କ୍ୟାମେରା କୋଚ୍ ଏବଂ ଅଟୋ ବେଷ୍ଟ ଟେକ୍ ଭଳି ଫୁଚର୍ସଗୁଡିକ ମଧ୍ୟ ସାମିଲ ରହିଛି । Google ଏକ 5100mAh ବ୍ୟାଟେରୀ ପ୍ୟାକ୍ ପ୍ରଦାନ କରିଛି । ଯାହା A-ସିରିଜ୍ ସ୍ମାର୍ଟଫୋନରେ ସବୁଠାରୁ ବଡ଼ । ଏହା 30W ୱାୟାର୍ଡ ଚାର୍ଜିଂ ଏବଂ 10W ୱେୟାରଲେସ୍ ଚାର୍ଜିଂକୁ ସପୋର୍ଟ କରିଥାଏ ।

ଭାରତରେ ଏହି ଫୋନ୍ ୪୯,୯୯୯ଟଙ୍କାରେ ଉପଲବ୍ଧ । ଏହାର ପ୍ରି ଅର୍ଡର ଆରମ୍ଭ ହୋଇଯାଇଛି ଏବଂ ୬ ମାର୍ଚ୍ଚକୁ ଏହା ସେଲ୍ ଆରମ୍ଭ ହୋଇଯିବ । Google Pixel 10a ଅପକମିଙ୍ଗ  iPhone 17e ସହିତ ମୁକାବିଲା କରିବ । ଯାହାକୁ Apple ଖୁବ୍ ଶୀଘ୍ର ଲଞ୍ଚ କରିବାକୁ ଯାଉଛି । ଏହାକୁ iPhone 17 ର ଚିପସେଟ୍, ଏକ ନୂଆ ସେଲଫି କ୍ୟାମେରା ଏବଂ ଡାଇନାମିକ୍ ଆଇଲ୍ୟାଣ୍ଡ ଭଳି ଫିଚର୍ସ ସହିତ ଅପଗ୍ରେଡ୍ କରାଯାଇପାରିବ । ଯାହାର ପ୍ରାଇସ୍ ପ୍ରାୟ ୬୦,୦୦୦ ହେବ ବୋଲି ଆଶା କରାଯାଉଛି ।

Leave a comment