Samsung Galaxy F70 5G ଲଞ୍ଚ,ଏହି ଫୋନର ବିକ୍ରୟ ଆଜିଠାରୁ ଆରମ୍ଭ
Samsung ଭାରତରେ ଏହାର ନୂତନ ସ୍ମାର୍ଟଫୋନ୍, Samsung Galaxy F70 5G ଲଞ୍ଚ କରିଛି । ଏହା କମ୍ପାନୀର Galaxy F70 ସିରିଜର ତୃତୀୟ ସ୍ମାର୍ଟଫୋନ୍ । ପୂର୍ବରୁ, ଏହି ସିରିଜରେ Galaxy F70 Pro 5G ଏବଂ Galaxy F70e 5G ପ୍ରଚଳନ କରାଯାଇଥିଲା । ନୂତନ ଫୋନରେ 50 ମେଗାପିକ୍ସେଲ ମେନ୍ କ୍ୟାମେରା, ୫୦୦୦mAh ବ୍ୟାଟେରୀ ଏବଂ ୨୫W ଦ୍ରୁତ ଚାର୍ଜିଂର ସପୋର୍ଟ ରହିଛି । ଏଥିରେ ୯୦Hz ରିଫ୍ରେସ୍ ରେଟ୍ ସହିତ ୬.୭ ଇଞ୍ଚ sAMOLED ସ୍କ୍ରିନ୍ ପ୍ରଦାନ କରାଯାଇଛି । ଏହି ଫୋନଟି ଦୁଇଟି ଭାରିଆଣ୍ଟ ଏବଂ ଦୁଇଟି କଲର ଅପ୍ସନରେ ଉପଲବ୍ଧ ହେବ । ଏହି ଫୋନର ବିକ୍ରୟ ଅକ୍ଟୋବର ୨୦ ତାରିଖ ଅର୍ଥାତ୍ ଆଜିଠାରୁ ଆରମ୍ଭ ହେବ ।
ଫିଚର୍ସ:
Samsung Galaxy F70 5Gରେ ୬.୭ ଇଞ୍ଚର ଫୁଲ୍ HD+sAMOLED ଡିସପ୍ଲେ ପ୍ରଦାନ କରାଯାଇଛି । ଏହାର ରିଜୋଲ୍ୟୁସନ୍ ୧୦୮୦ × ୨୩୪୦ ପିକ୍ସେଲର ରହିଛି । ସ୍କ୍ରିନ୍ ୯୦Hz ରିଫ୍ରେଶ ରେଟକୁ ସପୋର୍ଟ କରିଥାଏ । ଯାହା ସ୍କ୍ରୋଲିଂ ଏବଂ ଅନ-ସ୍କ୍ରିନ୍ ଗତିବିଧିକୁ ପୂର୍ବ ଅପେକ୍ଷା ଅଧିକ ମଜବୁତ ଦେଖାଯାଏ। ଡିସପ୍ଲେଟି କର୍ଣ୍ଣିଂ ଗରିଲା ଗ୍ଲାସ୍ ଭିକ୍ଟସ୍ ଦ୍ୱାରା ସୁରକ୍ଷିତ ।
ଏହି ଫୋନ୍ଟି Samsung ର ଅକ୍ଟା-କୋର୍ Exynos ୧୩୩୦ ପ୍ରୋସେସର୍ ଦ୍ୱାରା ପରିଚାଳିତ । ଯେଉଁଥିରେ ୨.୪GHz ପର୍ଯ୍ୟନ୍ତ ଦୁଇଟି ପରଫରମାନ୍ସ କୋର୍ ଏବଂ ୨.୦GHz ପର୍ଯ୍ୟନ୍ତ ଛଅଟି ଏଫେଶନ୍ସି କୋର୍ ରହିଛି । ଏହି ଫୋନ୍ଟି 4GB ଏବଂ 6GB RAM ଅପ୍ସନ ସହିତ ଆସିଛି । ଉଭୟ ଭାରିଆଣ୍ଟରେ ୧୨୮GB ର ଇଣ୍ଟରନାଲ ଷ୍ଟୋରେଜ୍ ରହିଛି । ଯାହାକୁ microSD କାର୍ଡ ମାଧ୍ୟମରେ 2TB ପର୍ଯ୍ୟନ୍ତ ଏକ୍ସପାଣ୍ଡ କରାଯାଇପାରିବ । କମ୍ପାନୀ ଅନୁଯାୟୀ, ଡଷ୍ଟ ଏବଂ ପାଣି ପ୍ରୋଟେକ୍ଟ କରିବ । ଯାହା IP54 ରେଟିଂଯୁକ୍ତ ।
କ୍ୟାମେରା ଓ ଚାର୍ଜିଂ:
Samsung Galaxy F70 5G ରେ ଏକ ଟ୍ରିପଲ୍ ରିଅର୍ କ୍ୟାମେରା ସେଟଅପ୍ ରହିଛି । ଏଥିରେ f/1.8 ଆପେର୍ଚର ସହିତ ୫୦ ମେଗାପିକ୍ସେଲର ମେନ୍ କ୍ୟାମେରା, ୫ମେଗାପିକ୍ସେଲର ଅଲ୍ଟ୍ରା-ୱାଇଡ୍-ଏଙ୍ଗଲ୍ କ୍ୟାମେରା ଏବଂ ୨ ମେଗାପିକ୍ସେଲର ମାକ୍ରୋ କ୍ୟାମେରାର ସୁବିଧା ରହିଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ, ଫୋନରେ ସ୍କ୍ରିନ୍ ଉପରେ ଏକ ୱାଟରଡ୍ରପ୍-ଷ୍ଟାଇଲ୍ ନଚ୍ ରେ ୧୩ ମେଗାପିକ୍ସେଲର ଫ୍ରଣ୍ଟ୍ କ୍ୟାମେରା ରହିଛି । ସେହିପରି ଏହି ଫୋନଟି ୫୦୦୦mAh ବ୍ୟାଟେରୀ ଦ୍ୱାରା ପରିଚାଳିତ । ଯାହା ୨୫W ୱେୟାରଲେସ୍ ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିଥାଏ । ତଥାପି, ଫୋନକୁ ଫୁଲ୍ ଚାର୍ଜ କରିବା ପାଇଁ ଆବଶ୍ୟକ ସମୟ ନିର୍ଦ୍ଦିଷ୍ଟ କରାଯାଇ ନାହିଁ । କନେକ୍ଟିଭିଟି ପାଇଁ 5G, 4G LTE, Wi-Fi, Bluetooth, USB Type-C, ଏବଂ GPS ଭଳି ସୁବିଧା ଏଥିରେ ସାମିଲ ରହିଛି । ଏଥିସହ ଫୋନର ମୋଟାଇ 7.5mm ରହିଛି ।
ପ୍ରାଇସ୍:
Samsung Galaxy F70 5G ର 4GB RAM ଏବଂ 128GB ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ ୧୯,୯୯୯ ଟଙ୍କା ଥିବାବେଳେ 6GB RAM ଏବଂ 128GB ଷ୍ଟୋରେଜ୍ ମଡେଲର ମୂଲ୍ୟ ୨୨,୯୯୯ଟଙ୍କା ରହିଛି । ଏହି ଫୋନର ବିକ୍ରୟ ଆଜିଠାରୁ ଇ-କମର୍ସ ପ୍ଲାଟଫର୍ମ Flipkart ମାଧ୍ୟମରେ ଆରମ୍ଭ ହେବ । ଲଞ୍ଚ୍ ଅଫର୍ ସହିତ ଏହାର ମୂଲ୍ୟ ୧୭,୯୯୯ ଟଙ୍କା ଟଙ୍କା ରହିବ ବୋଲି କୁହାଯାଇଛି । ତେବେ, ଏହି ମୂଲ୍ୟ ଅଫର୍ ଏବଂ ସେଗୁଡ଼ିକର ସର୍ତ୍ତାବଳୀ ଉପରେ ନିର୍ଭର କରିବ । ଏହି ଫୋନ ଦୁଇଟି କଲର ଅପ୍ସନ ବୋଲ୍ଡ ବ୍ଲାକ୍ ଏବଂ ଭିଭିଡ୍ ଭାୟୋଲେଟରେ ଉପଲବ୍ଧ ହେବ ।