ନୂଆ ପ୍ରିପେଡ୍ ପ୍ଲାନ ଲଞ୍ଚ କଲେ BSNL , ଜାଣନ୍ତୁ କଣ

BSNL ତାର ୟୁଜର୍ସମାନଙ୍କୁ ଏକ ଶସ୍ତା ରିଚାର୍ଜ ପ୍ଲାନ୍ ପ୍ରଦାନ କରୁଛି, ଅର୍ଥାତ୍ ୫ ମାସର ପ୍ଲାନ ଦେଇଛି । ଯାହା ଅନଲିମିଟେଡ୍ କଲିଂ ଏବଂ 2GB ଦୈନିକ ଡାଟା ସମେତ ଅନେକ ଦମଦାର ବେନିଫିଟ୍ସ ପ୍ରଦାନ କରେ । ନିକଟରେ BSNL ଏହି ନୂଆ ପ୍ରିପେଡ୍ ପ୍ଲାନ ଲଞ୍ଚ କରିଛି । କମ୍ପାନୀ ଏହାର ଅଫିସିଆଲ୍ X ହ୍ୟାଣ୍ଡେଲ ମାଧ୍ୟମରେ ଏହି ରିଚାର୍ଜ ପ୍ଲାନ ଘୋଷଣା କରିଛି । ଏହି ପ୍ରିପେଡ୍ ପ୍ଲାନ ମାତ୍ର ୯୯୭ ଟଙ୍କାରେ ଉପଲବ୍ଧ ଏବଂ ଏହାର ମୋଟ୍ ଭାଲିଡିଟି ୧୫୦ଦିନ ।

୫ ମାସର ପ୍ଲାନ୍:
BSNLର ଏହି ପ୍ରିପେଡ୍ ପ୍ଲାନ୍ ୯୯୭ ଟଙ୍କାରେ ଉପଲବ୍ଧ । ଭାରତ ସଞ୍ଚାର ନିଗମର ଏହି ପ୍ଲାନ୍ ରେ, ୟୁଜର୍ସ ଭାରତର ଯେକୌଣସି ସ୍ଥାନରେ ଅନଲିମିଟେଡ୍ ଫ୍ରି କଲିଂର ସୁବିଧା ପାଆନ୍ତି । ଏହା ବ୍ୟତୀତ, ୟୁଜର୍ସ ଏହି ପ୍ଲାନ୍ ରେ ଫ୍ରି ନ୍ୟାସନାଲ ରୋମିଂର ମଧ୍ୟ ସୁବିଧା ପାଆନ୍ତି । ଏହା ବ୍ୟତୀତ, ୟୁଜର୍ସ BSNL ର ଏହି ପ୍ଲାନ୍ ରେ ପ୍ରତିଦିନ ୨GB ହାଇ ସ୍ପିଡ୍ ଡାଟାର ସୁବିଧା ପାଇବେ । ଏଥିସହ, ୟୁଜର୍ସଙ୍କୁ ମୋଟ ୩୦୦GB ଡାଟା ପ୍ରଦାନ କରାଯାଉଛି । କେବଳ ଏତିକି ନୁହେଁ, ଏହି ପ୍ଲାନ୍ ରେ ୟୁଜର୍ସଙ୍କୁ ପ୍ରତିଦିନ ୧୦୦ଟି ଫ୍ରି SMSର ସୁବିଧା ମଧ୍ୟ ଦିଆଯିବ । BSNL ଏହି ପ୍ଲାନ୍ ରେ ୧୫୦ ଦିନ ଅର୍ଥାତ୍ ପୂରା ୫ ମାସର ଭାଲିଡିଟି ପ୍ରଦାନ କରେ ।

ଆପଣମାନେ ଜାଣିରଖନ୍ତୁ ଯେ, ଭାରତ ସଞ୍ଚାର ନିଗମ ଲିମିଟେଡ୍ ନିରନ୍ତର ଭାବରେ ତାର ନେଟୱାର୍କକୁ ଏକ୍ସପାଣ୍ଡ କରୁଛି । ଗତ ବର୍ଷ, BSNL ଦେଶବ୍ୟାପୀ ଏକକାଳୀନ 4G ସର୍ଭିସ ଆରମ୍ଭ କରିଥିଲା । ଏହାକୁ ହାସଲ କରିବା ପାଇଁ, କମ୍ପାନୀ ପ୍ରାୟ ୧ ଲକ୍ଷ ନୂଆ 4G/5G ଟାୱାର ସ୍ଥାପନ କରିଛି । ଏହା ସହିତ, ସରକାରୀ ମାଲିକାନା କମ୍ପାନୀ ଆଉ ୧ ଲକ୍ଷ ନୂଆ ମୋବାଇଲ୍ ଟାୱାର ସ୍ଥାପନ କରିବାକୁ ମଧ୍ୟ ପ୍ଲାନ୍ କରୁଛି । ଏହା ବ୍ୟତୀତ, କମ୍ପାନୀ ଏହି ବର୍ଷ ଦିଲ୍ଲୀ ଏବଂ ମୁମ୍ବାଇ ଭଳି ପ୍ରମୁଖ ସହରରେ ମଧ୍ୟ 5G ସର୍ଭିସ୍ ଆରମ୍ଭ କରିପାରେ ।

BSNL BiTV ନାମକ ଏକ ପ୍ରିମିୟମ୍ ସବସ୍କ୍ରିପସନ୍ ମଧ୍ୟ ଲଞ୍ଚ କରିଛି, ଯାହାର ମୂଲ୍ୟ ୧୫୧ ଟଙ୍କା । ଏହି ପ୍ଲାନ୍ ୟୁଜର୍ସଙ୍କୁ ୧ ହଜାର ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍ ଏବଂ OTT ଆପ୍ ଉପଲବ୍ଧ କରାଇଥାଏ । ଏଥିସହ ୟୁଜର୍ସମାନେ BiTVରେ ସେମାନଙ୍କର ପ୍ରିୟ ସିନେମା, ଟିଭି ଶୋ ଏବଂ ୱେବ୍ ସିରିଜ୍ ଉପଭୋଗ କରିପାରିବେ । ଏହି ପ୍ଲାନ୍ ଗୋଟିଏ ମାସ ପାଇଁ ଭାଲିଡ୍ । ଯଦି ଆପଣ BSNL ୟୁଜର୍ସ ହୋଇଥାନ୍ତି, ତେବେ ଏହି ପ୍ଲାନର ଲାଭ ନିଶ୍ଚିତ ଉଠାନ୍ତୁ ।

Leave a comment