ବଜାରକୁ ଆସିଲା ଆଥରର ପ୍ରଥମ ଇଲେକ୍ଟ୍ରିକ୍ ସ୍କୁଟର ,ଗାଡ଼ିରେ ରହିଛି ମଲ୍ଟିପଲ୍ ନୂଆ ଫିଚର୍ସ
ଆଥର ଏନର୍ଜି ଏହାର ସବୁଠାରୁ ଶସ୍ତା ସ୍କୁଟି ଆଥର କୋଣାର୍କ (KONARC) ଲଞ୍ଚ କରିଛି । ଯାହା ଆଥର EL ପ୍ଲାଟଫର୍ମ ଉପରେ ଆଧାରିତ ବ୍ରାଣ୍ଡର ପ୍ରଥମ ସ୍କୁଟର । ଏହି ସ୍କୁଟରକୁ କମ୍ପାନୀ ମେଟାଲ ବଡ଼ି ଏବଂ ମଲ୍ଟିପଲ୍ ନୂଆ ଫିଚର୍ସ ସହିତ ଲଞ୍ଚ କରିଛି । ସ୍କୁଟରଟିରେ ସ୍ମାର୍ଟ ରିମୋଟ୍ କୀ ରହିଛି । କମ୍ପାନୀ ଏହି କୋଣାର୍କ ସ୍କୁଟରରେ ମଲ୍ଟିପଲ୍ ଫିଚର୍ସ ପ୍ରଦାନ କରିଛି । ଏୟାରୱାର୍କ ଭଳି ଫିଚର୍ସ ମଧ୍ୟ ଏଥିରେ ସାମିଲ ରହିଛି । ଯାହା ସାହାଯ୍ୟରେ ସ୍କୁଟରକୁ ସହଜରେ ଆଗ ପଛ ମୁଭ୍ କରାଯାଇପାରିବ ।
ଆଥର କୋଣାର୍କ ପ୍ରଥମ ସ୍କୁଟର, ଯାହା ମେଟାଲ ବଡି ସହିତ ଆସିଥାଏ । କମ୍ପାନୀ ଏଥିରେ ଅନେକ ସ୍ମାର୍ଟ ଫିଚର୍ସ ପ୍ରଦାନ କରିଛି । S ଲାଇନ୍ରେ ୨୦୦ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ମିଳିବ। ପ୍ରତି ଘଣ୍ଟାକୁ ଏହି ସ୍କୁଟରର ଟପ୍ ସ୍ପିଡ୍ ୭୦ କିଲୋମିଟର ରହିବ । ଏହାକୁ ଆପଣ ୪ଟି କଲର୍ ଅପ୍ସନ୍ରେ କିଣିପାରିବେ । ସେହିପରି Z-ଲାଇନ୍ ବିଷୟରେ କହିବାକୁ ଗଲେ, ଏହି ରେଞ୍ଜର IDC-କ୍ଲେମ୍ଡ ରେଞ୍ଜ ୧୬୧ କିଲୋମିଟର ରହିଛି । ଏହାର ଟପ୍ ସ୍ପିଡ୍ ୮୦ କିଲୋମିଟର ପ୍ରତି ଘଣ୍ଟା ହେବ ଏବଂ ଏହା ୫ଟି କଲର୍ ଅପ୍ସନ୍ରେ ଉପଲବ୍ଧ ହେବ ।
ଏଣ୍ଟ୍ରି-ଲେଭଲ୍ Ather Konarkରେ ୨.୧kWh ବ୍ୟାଟେରୀ ଦିଆଯାଇଛି। ସେହିପରି ମିଡ୍ ଭାରିଆଣ୍ଟରେ ୨.୭kWh ବ୍ୟାଟେରୀ ମିଳୁଥିବା ବେଳେ ଟପ୍ ଭାରିଆଣ୍ଟରେ ୩.୫kWh ବ୍ୟାଟେରୀ ଦିଆଯାଇଛି । ଏହି ସ୍କୁଟର ୟୁନିବଡି ଚେସିସ୍ ସହିତ ଆସୁଛି । ଏଥିରେ ଅଟୋହୋଲ୍ଡ, ଫଲ୍ ସେଫ୍, ଏୟାରୱାକ୍, ବ୍ଲୁଟୁଥ୍ କଲ୍ ଏବଂ ମ୍ୟୁଜିକ୍ ଆଲର୍ଟ ଭଳି ଫିଚର୍ସ ମିଳୁଛି । ଏଥିରେ Ather Connected, ଥେଫ୍ଟ ଏବଂ ଟୋ ଆଲର୍ଟ, Find My Scooter ଏବଂ OTA ଅପଡେଟ୍ସ ଭଳି ଫିଚର୍ସ ମଧ୍ୟ ରହିଛି । Konarkରେ ୩୧ ଲିଟରର ଅଣ୍ଡରସିଟ୍ ଷ୍ଟୋରେଜ୍ ସହିତ USB Type-C ଚାର୍ଜର ମିଳୁଛି । ସ୍କୁଟରରେ TFT ଇନ୍ଷ୍ଟ୍ରୁମେଣ୍ଟ କନ୍ସୋଲ୍ ଦିଆଯାଇଛି । ଯାହା ସ୍ମାର୍ଟଫୋନ୍ ସହିତ କନେକ୍ଟ କରାଯାଇପାରିବ । Konarkରେ ଭଏସ୍ କଣ୍ଟ୍ରୋଲ୍, ଫୁଲ୍-ଫ୍ଲେଜ୍ଡ ନେଭିଗେସନ୍, ପଟହୋଲ୍ ଆଲର୍ଟ ଏବଂ କ୍ରାଶ୍ ଆଲର୍ଟ ଭଳି ସୁବିଧା ମିଳୁଛି । ଏଥିରେ କିଲେସ୍ ଇଗ୍ନିସନ୍, କିଲେସ୍ ବୁଟ୍ ରିଲିଜ୍ ଏବଂ ହିଲ୍-ହୋଲ୍ଡ ଆସିଷ୍ଟ ଭଳି ସୁବିଧା ମଧ୍ୟ ରହିଛି ।
ପ୍ରାଇସ୍ :
କମ୍ପାନୀ ୧ ଲକ୍ଷ ଟଙ୍କାରୁ କମ୍ ମୂଲ୍ୟରେ ଆଥର କୋଣାର୍କ ଲଞ୍ଚ କରିଛି । ଏହାର ଏକ୍ସ ଶୋରୁମର ମୂଲ୍ୟ ୯୯,୯୯୯ଟଙ୍କାରୁ ଆରମ୍ଭ ହେଉଛି । S-Line ପାଇଁ ୨୧ ସେପ୍ଟେମ୍ବରରେ ଡେଲିଭରୀ ହେବା ଆରମ୍ଭ ହେବ । ଏହି ସ୍କୁଟରଟି S-Line ଏବଂ Z-Line ଭାରିଆଣ୍ଟରେ ଲଞ୍ଚ କରାଯାଇଛି । ଯେତେବେଳେ Z-Lineରେ ଦୁଇଟି ଭାରିଆଣ୍ଟ ରହିବ ସେତେବେଳେ S-Lineରେ ଚାରୋଟି ଭାରିଆଣ୍ଟର ରହିବ । ହେଲେ ଏପର୍ଯ୍ୟନ୍ତ ସୁଦ୍ଧା Ather Konarkର ସମସ୍ତ ଭାରିଆଣ୍ଟ ଉପଲବ୍ଧ ହୋଇନାହିଁ । Ather Konark S ର ମୂଲ୍ୟ ୧୦୦ କିଲୋମିଟର ରେଞ୍ଜ ଭାରିଆଣ୍ଟ ପାଇଁ ୯୯,୯୯୯ଟଙ୍କା, ୧୨୫ କିଲୋମିଟର ରେଞ୍ଜ ଭାରିଆଣ୍ଟ ପାଇଁ ୧,୨୧,୯୯୯ ଟଙ୍କା ଏବଂ ୧୬୧ କିଲୋମିଟର ରେଞ୍ଜ ଭାରିଆଣ୍ଟ ପାଇଁ ୧,୪୪,୯୯୯ଟଙ୍କା ଏକ୍ସ ଶୋରୁମର ମୂଲ୍ୟ ରହିଛି । ଅନ୍ୟ ତିନୋଟି ଭାରିଆଣ୍ଟର ମୂଲ୍ୟ କମ୍ପାନୀ ଏପର୍ଯ୍ୟନ୍ତ ପ୍ରକାଶ କରିନାହିଁ । S-ସିରିଜ୍ ଚାରୋଟି ଭାରିଆଣ୍ଟରେ ଉପଲବ୍ଧ ହେବ । ବେସ୍ ଭାରିଆଣ୍ଟ ୧୦୦ କିଲୋମିଟର ରେଞ୍ଜ ପ୍ରଦାନ କରେ । ଏହି ସ୍କୁଟରର ଡେଲିଭରି ଆସନ୍ତା ବର୍ଷର ପ୍ରଥମ ତିନିମାସ ଅର୍ଥାତ୍ ଜାନୁଆରୀ, ଫେବୃଆରୀ ଏବଂ ମାର୍ଚ୍ଚରେ ଆରମ୍ଭ ହେବ । ୧୨୫ କିଲୋମିଟର ଏବଂ ୧୬୧ କିଲୋମିଟର S-ଲାଇନ୍ ସ୍କୁଟରର ଡେଲିଭରି ସେପ୍ଟେମ୍ବରରେ ଆରମ୍ଭ ହେବ । ୨୦୦ କିଲୋମିଟର ରେଞ୍ଜ ସ୍କୁଟର ଆସନ୍ତା ବର୍ଷର ତୃତୀୟ ତ୍ରୟମାସରେ ଆସିବ। Z-ସିରିଜ୍ ୨୦୨୭ ଦ୍ୱିତୀୟ ତ୍ରୟମାସରେ ଆସିବ ।