Browsing Tag

#metro tv

ଇଣ୍ତିଆ ଗେଟରେ ନେତାଜୀଙ୍କ ପ୍ରତିମୂର୍ତ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପର ଉଦ୍‌ଘାଟନ କରିବା ସହ ଇଣ୍ଡିଆ ଗେଟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୨୮ ଫୁଟ ଉଚ୍ଚ ମୂର୍ତ୍ତି ଅନାବରଣ କରିଛନ୍ତି । ଏହାପରେ କର୍ତ୍ତବ୍ୟ ପଥର ଉଦ୍‌ଘାଟନ କରିଥିଲେ।

ଇଂଲଣ୍ଡ୍‌ର ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କ ପରଲୋକରେ ବିଶ୍ବନେତାଙ୍କ ଶୋକ ପ୍ରକାଶ

ଇଂଲଣ୍ଡ୍‌ର ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କ ମୃତ୍ୟୁରେ ସାରା ବିଶ୍ବରେ ଗଭୀର ଶୋକ ପ୍ରକାଶ ପାଇଛି । ଇଂଲଣ୍ଡ୍‌ର ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କ ମୃତ୍ୟୁ ଘଟଣା ପରେ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ବିଶ୍ବ ନେତାମାନେ ଶୋକବ୍ୟକ୍ତ କରିଛନ୍ତି।

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଆସୁଛି ବର୍ଷା

ଲଘୁଚାପ ପାଇଁ ପୁଣି ବର୍ଷା ହେବ । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ, ଉତ୍ତର-ପଶ୍ଚିମ ବଙ୍ଗୋପ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡିଶା ଉପକୂଳ ସମୁଦ୍ର ମଧ୍ୟରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି ।

ପ୍ର ପିଏମ ଶ୍ରୀ ସ୍କୁଲ: ପ୍ରତି ବ୍ଲକରେ ସର୍ବାଧିକ ୨ଟି ସ୍କୁଲ ବିକଶିତ କରାଯିବ

ପ୍ରଧାନମନ୍ତ୍ରୀ ସ୍କୁଲ ଫର୍‌ ରାଇଜିଂ ଇଣ୍ଡିଆ(ପିଏମଶ୍ରୀ) ଯୋଜନାରେ ସାରା ଦେଶରେ ବିକଶିତ ହେବ ସ୍କୁଲ । ପିଏମ ଶ୍ରୀ ସ୍କୁଲ ଦେଶର ସର୍ବଶ୍ରେଷ୍ଠ ବିଦ୍ୟାଳୟ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଗାମୀ ୫ ବର୍ଷ

କଂଗ୍ରେସର ‘ଭାରତ ଯୋଡ଼ୋ ଯାତ୍ରା’: ନୂଆ ପ୍ରାଣଶକ୍ତି ପ୍ରଦାନ କରିବ

କଂଗ୍ରେସର ଲୋକଙ୍କ ସହ ସଂପର୍କ ଅଭିଯାନ ‘ଭାରତ ଯୋ‌ଡ଼ୋ ଯାତ୍ରା’ ଦଳରେ ନୂତନ ପ୍ରାଣଶକ୍ତି ଭରିବ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଆଜି କଂଗ୍ରେସ ନେତା  ରାହୁଲ୍‌ ଗାନ୍ଧୀ କନ୍ୟାକୁମାରୀରୁ ପଦଯାତ୍ରାର ଦ୍ବିତୀୟ ଦିବସ ଆରମ୍ଭ କରିବା ଅବସରରେ ସୋନିଆ ଗାନ୍ଧୀ ଏଭଳି

‘କର୍ତ୍ତବ୍ୟ ପଥ’ ଉଦଘାଟନ ସହ ନେତାଜୀଙ୍କ ପ୍ରତିମର୍ତ୍ତି ଅନାବରଣ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ୭ଟା ବେଳେ କର୍ତ୍ତବ୍ୟ ପଥ ଉଦଘାଟନ କରିବେ । କ୍ଷମତାର ପ୍ରତୀକ ତତ୍କାଳୀନ ରାଜପଥକୁ କର୍ତ୍ତବ୍ୟ ପଥ ଭାବେ ନାମିତ କରିବା ଜନ ଅଧିକାର ଓ ସଶକ୍ତିକରଣର ଏହା ଏକ ଉଦାହରଣ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଇଣ୍ଡିଆ ଗେଟ ଠାରେ ନେତାଜୀ ସୁଭାଷ

ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ପାଇଲେ ୪୬ ଶିକ୍ଷକ

ଆଜି ପବିତ୍ର ଗୁରୁ ଦିବସ । ଶିକ୍ଷକମାନଙ୍କୁ ସମ୍ମାନ ଦେବା ପାଇଁ ଏକ ବିଶେଷ ଦିବସ । ଗୁରୁଙ୍କୁ ସମ୍ମାନ ଦେବା ପାଇଁ ଏହି ଉତ୍ସବ ଆୟୋଜନ ହେଉଛି ସାରା ଭାରତରେ । ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ୍ ପରଂବ୍ରହ୍ମ.. ତସ୍ମୈ ଶ୍ରୀଗୁରବେ ନମଃ । ଅଜ୍ଞାନ ରୂପକ

ଭାରତକୁ ୫ ୱିକେଟ୍‌ରେ ହରାଇଲା ପାକିସ୍ତାନ

ଦୁବାଇରେ ଭାରତକୁ ୫ ୱିକେଟ୍‌ରେ ହରାଇଛି ପାକିସ୍ତାନ । ପାକିସ୍ତାନ ଆଗରେ ୧୮୨ ରନ୍‌ ବିଜୟ ଲକ୍ଷ୍ୟ ଦେଇଥିଲା ଭାରତ । ଟସ୍ ଜିତିବା ପରେ ପ୍ରଥମେ ବୋଲିଂ କରିଥିବା ପାକିସ୍ତାନ ଆଗରେ ୧୮୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା ଭାରତ। ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ୍ ହରାଇ ୧୮୧ ରନ୍ କରିଥିଲା

ଫାଇନାଲ୍‌ରେ ତେଲୁଗୁ ଯୋଦ୍ଧାସ୍‌କୁ ହରାଇ ଜଗରନଟ୍ସ ଚାମ୍ପିଅନ

ତେଲୁଗୁ ଯୋଦ୍ଧାସ୍‌କୁ ମାତ୍ର ୧ ପଏଣ୍ଟ୍‌ରେ ପରାସ୍ତ କରି ଓଡ଼ିଶା ଜଗରନଟ୍ସ ଖୋ ଖୋ ଲିଗ୍ ‘ଅଲ୍ଟିମେଟ୍ ଖୋ ଖୋ’ ଚାମ୍ପିଅନ ହୋଇଛି । ‘ଅଲ୍ଟିମେଟ୍ ଖୋ ଖୋ’ର ଆକର୍ଷଣୀୟ ଟ୍ରଫି ସହ ଓଡ଼ିଶା ଜଗରନଟ୍ସ ମଧ୍ୟ ୧ କୋଟି ଟଙ୍କାର ଆର୍ଥିକ ପୁରସ୍କାର ଲାଭ କରିଛି।

ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ଜୀବନବ୍ୟାପୀ ସାଧନା ସମ୍ମାନ

ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିଛି ଜୀବନବ୍ୟାପୀ ସାଧନା ସମ୍ମାନ। କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ତରଫରୁ ନବୀନ ପଟ୍ଟନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଏହି ପୁରସ୍କାର ଓଡ଼ିଶାବାସୀଙ୍କ ଲାଗି ଉତ୍ସର୍ଗୀକୃତ କରୁଛି। ମୋ