Browsing Tag

#metro tv

୧୫ ତାରିଖରେ ବସିବ ବିଜେଡି କାର୍ଯ୍ୟକାରିଣୀ, ପ୍ରତିଷ୍ଠା ଦିବସ ପାଇଁ ହେବ ଗୁରୁତ୍ବପୂର୍ଣ୍ଣ ଆଲୋଚନା

ଭୁବନେଶ୍ବର: ବିଜେଡିର ବଡ଼ ଷ୍ଟ୍ରାଟେଜି । ୧୫ରେ ବସିବ କାର୍ଯ୍ୟକାରିଣୀ । ପ୍ରତିଷ୍ଠା ଦିବସ ପାଇଁ ସ୍ଥିର ହେବ କାର୍ଯ୍ୟକ୍ରମ । ଫୋକସରେ ବିକାଶ ଓ  ଲୋକାଭିମୁଖୀ ଯୋଜନା । ୧୯୯୭ ଡିସେମ୍ବର ୨୬ ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାଁରେ ଜନ୍ମ ନେଇଥିଲା ବିଜୁ ଜନତା ଦଳ  । ୨୦୦୦…

ଅକବରୁଦ୍ଦିନ ତେଲଙ୍ଗାନା ବିଧାନସଭାର କାମଚଳା ବାଚସ୍ପତି

ତେଲେଙ୍ଗାନା:ଅକବରୁଦ୍ଦିନ ତେଲଙ୍ଗାନା ବିଧାନସଭାର କାମଚଳା ବାଚସ୍ପତି। ଅସଦୁଦ୍ଦିନ ଓୱେସିଙ୍କ ଭାଇ ଅକବରୁଦ୍ଦିନଙ୍କୁ ବଡ଼ ଦାୟିତ୍ୱ । ସେ ସ୍ଥାୟୀ ବାଚସ୍ପତି ହେବା ଯାଏଁ ଗୃହ କାର୍ଯ୍ୟକୁ ପରିଚାଳନା କରିବେ । ସ୍ଥାୟୀ ବାଚସ୍ପତି ନିର୍ବାଚିତ ହେବା ପରେ ତାଙ୍କର କାର୍ଯ୍ୟକାଳ ଶେଷ ହେବ । ସେ…

ସଂସଦ ଉପରେ ଆକ୍ରମଣ କରିବାକୁ ଏସ୍‌ଜେଏଫ୍‌ର ଧମକ

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣ କରିବାକୁ ଏସ୍‌ଜେଏଫ୍‌ର ନେତା ଗୁରପତୱନ୍ତ ସିଂହ ପନ୍ନୁ ଏକ ଭିଡିଓ ବାର୍ତ୍ତା ଜାରି କରି ଧମକ ଦେଇଛି। ୨୦୦୧ ମସିହାରେ ଭାରତର ସଂସଦ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ବାର୍ଷିକୀ ଅବସରରେ ଡିସେମ୍ବର ୧୩ ତାରିଖରେ ଏହା ଉପରେ ଆକ୍ରମଣ କରିବାକୁ ଆମେରିକାର…

ଆଜିଠୁ ତେଲେଙ୍ଗାନାରେ ରେବନ୍ତ ସରକାର

ହାଇଦ୍ରାବାଦ: ଆଜିଠୁ ତେଲେଙ୍ଗାନାରେ ବଦଳିବ ସରକାର । ନୂଆ ସରକାର ଗଠନ କରିବେ ରେବନ୍ତ ରେଡ୍ଡୀ । ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ବିଆରଏସକୁ ଗାଦିଚ୍ୟୁତ କରିବାରେ ରେବନ୍ତଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ନିଜର ଜବରଦସ୍ତ ପ୍ରଚାର ଲାଗି ସେ କଂଗ୍ରେସ ରାଜନୀତିରେ ବେଶ ପରିଚିତ ।…

ଫୋର୍ବସ୍‌ ତାଲିକାରେ ବିଶ୍ବର ୧୦୦ ପ୍ରଭାବଶାଳୀ ମହିଳା ତାଲିକାରେ ଓଡ଼ିଶାର ସୋମା ମଣ୍ଡଳ

ଭୁବନେଶ୍ବର : ଫୋର୍ବସ୍‌ ପକ୍ଷରୁ ଜାରି କରାଯାଇଥିବା ବିଶ୍ବର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ସୋମା ମଣ୍ଡଳଙ୍କ ନାମ ରହିଛି। ତାଲିକାର ୩୨ତମ ସ୍ଥାନରେ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଥିବ‌ା ବେଳେ ଏଚ୍‌ସିଏଲ୍‌ କର୍ପୋରେସନର ସିଇଓ…

ମଧ୍ୟପ୍ରଦେଶର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ?  ଆଜି ଜଣାପଡିବ

ମଧ୍ୟପ୍ରଦେଶର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ?  ଆଜି ଜଣାପଡିବ । ଦଳ ପକ୍ଷରୁ ଘନ ଘନ ବୈଠକ କରାଯାଇଥିବା ବେଳେ ଆଜି ବିଧାୟକ ଦଳ ବସି ନେତା ନିର୍ବାଚନ କରିବ ।  ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ ବିଜେପି ବିପୁଳ ବିଜୟ ହାସଲ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀ କିଏ ହେବେ…

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ଆଗରେ ବସୁନ୍ଧରା

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ଆଗରେ ବସୁନ୍ଧରା ରାଜେ ରହିଛନ୍ତି । ତାଙ୍କ ସମର୍ଥକମାନେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରୁଛନ୍ତି ।  ରାଜସ୍ଥାନ ନିର୍ବାଚନ ଫଳ ଘୋଷଣାକୁ ଇତିମଧ୍ୟରେ ତିନି ଦିନ ବିତିଲାଣି ।  କିନ୍ତୁ ମୁଖ୍ୟମନ୍ତ୍ରୀ ଚୌକିରେ କିଏ ବସିବ ତାହା…

ବାଲିଯାତ୍ରାରେ ୧୦୦ କୋଟିର ବେପାର

କଟକ:  କଟକ ବାଲିଯାତ୍ରାରେ ଏଥର ଭଲ ବେପାର ହୋଇଛି । ବାଲିଯାତ୍ରା  ଶେଷ ହେବା ପରେ ଚଳିତ ବର୍ଷ ବାଲିଯାତ୍ରାରେ ବ୍ୟବସାୟ ପୂର୍ବର ସବୁ ରେକର୍ଡକୁ ଟପିଯାଇଥିବା ଜଣାପଡିଛି। ଲୋକ ବିଭିନ୍ନ ଷ୍ଟଲରୁ ଛୋଟବଡ଼ ସାମଗ୍ରୀ ଏକପ୍ରକାର ବୋହି ନେଇଛନ୍ତି।  ବାଲିଯାତ୍ରାରେ ଅନେକ ଷ୍ଟଲର ସବୁ ସାମଗ୍ରୀ…

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

ଭୁବନେଶ୍ବର: ଆଜି କାର୍ତ୍ତିକ ମାସର ଶେଷ ଦିନରେ ପୁସ୍କରିଣୀରେ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ । ଓଡିଶା ସଂସ୍କୃତି ଓ ପରମ୍ପରାକୁ ମନେପକାଇ ଡଙ୍ଗା ଭସାଯାଇଛି । ଭୋରରୁ ଜଳାଶୟରେ ପରମ୍ପରା ପାଳନ କରାଯାଇଛି । ଆ କା ମା ବୈ ପାନଗୁଆ ଥୋଇ… ପାନ ଗୁଆ ତୋ’ର.. ମାସକ ଧରମ ମୋର । ପୁରୀ ମହୋଦଧୀ,…

ସାମ୍ବାଦିକା ସୋମ୍ୟା ବିଶ୍ୱନାଥନଙ୍କ ହତ୍ୟା ମାମଲାରେ ଚାରି ଦୋଷୀଙ୍କୁ ଆଜୀବନ ଦଣ୍ଡାଦେଶ

ଦିଲ୍ଲୀ: ସାମ୍ବାଦିକା ସୋମ୍ୟା ବିଶ୍ୱନାଥନଙ୍କ ହତ୍ୟା ମାମଲାରେ ଚାରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ମିଳିଛି। ରବି କପୁର, ଅମିତ ଶୁକ୍ଳା, ବଲବୀର ମଲିକ ଏବଂ ଅଜୟ କୁମାରଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କୋର୍ଟ ଚାରି ଦୋଷୀଙ୍କ ଉପରେ ଜୋରିମାନା ମଧ୍ୟ ଲଗାଇଛନ୍ତି।  ୨୦୦୮ ମସିହା…