ଶ୍ରୀମନ୍ଦିର ଖୋଲିବାକୁ ନେଇ ବସିବ ବୈଠକ

ଶ୍ରୀମନ୍ଦିର ଖୋଲିବାକୁ ନେଇ ବସିବ ବୈଠକ

ମେଟ୍ରୋ ଟିଭି ଓଡିଶା,୨୭/୧ : କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପୁରୀ ଶ୍ରୀମନ୍ଦିରକୁ ବନ୍ଦ କରାଯାଇଥିଲା । କିନ୍ତୁ ଏବେ ଶ୍ରୀମନ୍ଦିର ଖୋଲିବାକୁ ନେଇ ଆସନ୍ତାକାଲି ବୈଠକ ବସିପାରେ ।ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାରଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ବୈଠକରେ ବିଭିନ୍ନ ସେବାୟତ ନିଯୋଗର ସେବାୟତ ପ୍ରତିନିଧି ଓ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ରହିବେ । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।


ସୂଚନା ଅନୁସାରେ, କୋଭିଡ ତୃତୀୟ ଲହର ତଥା ଓମିକ୍ରନକୁ ଦୃଷ୍ଟିରେ ରଖି ଜାନୁୟାରୀ ଶେଷ ଯାଏଁ ଶ୍ରୀମନ୍ଦିର ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । କେବଳ ବାହାରେ ପରିତପାବନ ଦର୍ଶନ କରିବାକୁ ଅନୁମତି ଥିଲା । ଏବେ ଖୁବଶୀଘ୍ର ମନ୍ଦିର ଖୋଲିବା ନେଇ ବିଚାର ବିମର୍ଷ ଚାଲିଛି । ଯାହା ଅନୁମାନ କରାଯାଉଛି, ଯଦି ମନ୍ଦିର ଖୋଲେ ତେବେ କୋଭିଡ ପ୍ରୋଟକଲ ଅନୁସାରେ ତଥା କଟକଣା କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ହୋଇପାରେ ।