ରାଜ୍ୟରେ ୪ ଲକ୍ଷ ୨୭ ହଜାର ୪୮୭ କ୍ଷତିଗ୍ରସ୍ତ ଚିଟଫଣ୍ଡ ଟଙ୍କା ଫେରି ପାଇଛନ୍ତି
ରାଜ୍ୟରେ ୪ ଲକ୍ଷ ୨୭ ହଜାର ୪୮୭ କ୍ଷତିଗ୍ରସ୍ତ ଚିଟଫଣ୍ଡ ଟଙ୍କା ଫେରି ପାଇଛନ୍ତି । ରୋଜ ଭ୍ୟାଲି ଗ୍ରୁପ, ଗୋଲଡେନ ଲ୍ୟାଣ୍ଡ ଭ୍ୟାଲୁ ଏବଂ ହାଇ-ଟେକ୍ ଇଷ୍ଟେଷ୍ଟ ପ୍ରମୋଟର ଗ୍ରୁପର ୮ ଲକ୍ଷ ୭୮ ହଜାର ୯୫୩ ଆବେଦନକାରୀଙ୍କ ମଧ୍ୟରୁ ୩ ଲକ୍ଷ ୨୭ ହଜାର ୬୪୨ ଜମାକାରୀଙ୍କୁ ୧୨୮ କୋଟି ଟଙ୍କା ଫେରସ୍ଥ କରାଯାଇଛି । ସେହିପରି କମିଶନ ସୁପାରିଶ କରିଥିବା ୯୯ ହଜାର ୮୪୫ କ୍ଷୁଦ୍ର ଜମାକାରୀଙ୍କୁ ୪୭ କୋଟି ଟଙ୍କା କର୍ପସ ଫାଣ୍ଠିରୁ ଫେରସ୍ଥ କରାଯାଇଛି । ଏହା ସହ ୮ଟି ସଂସ୍ଥାର ସମ୍ପତି ଜବତ ସହ ବାଜ୍ୟାପ୍ତି କରିଛନ୍ତି ସରକାର। ୬୮ଟି ବେଆଇନ ଆର୍ଥିକ ପ୍ରତିଷ୍ଠାନର ସ୍ଥାବର ଆସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ୯୦ଟି ପ୍ରସ୍ତାବ ଉପରେ ରାଜ୍ୟ ସରକାର ଆଦେଶ ଦେଇଥିବା ବେଳେ ୪୨ଟି ନିର୍ଦ୍ଦେଶକୁ ନ୍ୟାୟାଳୟ କାଏମ ରଖିଛନ୍ତି । ବିଧାନସଭାରେ ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ତଥ୍ୟ ଦେଇଛନ୍ତି ।