ବଢୁଛି ଋଣ ବୋଝ,ବର୍ଷିଲେ ବିରୋଧୀ । ଏଠି ବିକାଶମୂଳକ କାମ ହେଉନି। ଗରିବଙ୍କ ମୁଣ୍ଡରେ ରାଜ୍ୟ ସରକାର ଋଣବୋଝ ଲଦି ଦେଇଛନ୍ତି। ଏଭଳି ଅଭିଯୋଗ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ରାଜ୍ୟର ଆର୍ଥିକ ସ୍ଥିତି ଉପରେ ସରକାର ଶ୍ୱେତପତ୍ର ଜାରି କରନ୍ତୁ ବୋଲି ସେମାନେ ଦାବି କରିଥିବାବେଳେ ଓଡ଼ିଶାର ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସରକାର ଋଣ କରିଥିବା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଜବାବ ରଖିଛନ୍ତି । ଶୃଙ୍ଖଳିତ ଆର୍ଥିକ ପରିଚାଳନା କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ବୋଲି ସେ କହଛନ୍ତି । ମଙ୍ଗଳବାର ବିଧାନସଭାରେ ମୁଲତବୀ ପ୍ରସ୍ତାବ ଶୀର୍ଷକ ‘ଋଣଭାରରେ ବୁଡ଼ିଛି ଓଡ଼ିଶା’ ଉପରେ ଆଲୋଚନା ଆରମ୍ଭ କରି ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଥିଲେ ଯେ ରାଜ୍ୟରେ ଗରିବଙ୍କ ସଂଖ୍ୟା ବଢୁଛି । ବିକାଶ ହେଉନି ।ସରକାର କିନ୍ତୁ ଋଣ କରିଚାଲିଛନ୍ତି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର କୃଷକଙ୍କ ଆୟ ବହୁତ କମ୍। ଲୋକଙ୍କ ମୁଣ୍ଡରେ ଋଣ ବୋଝ ଲଦି ଦିଆଯାଉଛି। ଏଲଆଣ୍ଡଟି ସଂସ୍ଥାକୁ ଟଙ୍କା ନ ଦେବାରୁ ସରକାରଙ୍କ ସମ୍ପତ୍ତି ଜବତ ହେବା ପ୍ରସଙ୍ଗକୁ ସେ ଉଠାଇଥିଲେ। ନୀତି ଆୟୋଗ ରିପୋର୍ଟ ଅନୁସାରେ ଓଡ଼ିଶାରେ ଗରିବ ଲୋକଙ୍କ ସଂଖ୍ୟା ବଢ଼ୁଥିବା ସେ ଦର୍ଶାଇଥିଲେ।
Trending
- ନବ ନିର୍ମିତ ତାଳବଣିଆ ଥାନା କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କଲା ବିଜେପି
- ଭାରତ ଓ ରୁଷ ମଧ୍ୟରେ ବଡ଼ ଧରଣର ବିମାନ ଚୁକ୍ତି ସ୍ୱାକ୍ଷରିତ
- ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ହତ୍ୟା ମାମଲା: ବରିଷ୍ଠ ଆଇପିଏସ୍ ଙ୍କୁ ଆଜି ଅତିଥି ଭବନରେ ଜେରା କରିପାରେ NHRC
- ବିହାରର ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ, 4 ମୃତ , କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା