ବଢୁଛି ଋଣ ବୋଝ,ବର୍ଷିଲେ ବିରୋଧୀ । ଏଠି ବିକାଶମୂଳକ କାମ ହେଉନି। ଗରିବଙ୍କ ମୁଣ୍ଡରେ ରାଜ୍ୟ ସରକାର ଋଣବୋଝ ଲଦି ଦେଇଛନ୍ତି। ଏଭଳି ଅଭିଯୋଗ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ରାଜ୍ୟର ଆର୍ଥିକ ସ୍ଥିତି ଉପରେ ସରକାର ଶ୍ୱେତପତ୍ର ଜାରି କରନ୍ତୁ ବୋଲି ସେମାନେ ଦାବି କରିଥିବାବେଳେ ଓଡ଼ିଶାର ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସରକାର ଋଣ କରିଥିବା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଜବାବ ରଖିଛନ୍ତି । ଶୃଙ୍ଖଳିତ ଆର୍ଥିକ ପରିଚାଳନା କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ବୋଲି ସେ କହଛନ୍ତି । ମଙ୍ଗଳବାର ବିଧାନସଭାରେ ମୁଲତବୀ ପ୍ରସ୍ତାବ ଶୀର୍ଷକ ‘ଋଣଭାରରେ ବୁଡ଼ିଛି ଓଡ଼ିଶା’ ଉପରେ ଆଲୋଚନା ଆରମ୍ଭ କରି ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଥିଲେ ଯେ ରାଜ୍ୟରେ ଗରିବଙ୍କ ସଂଖ୍ୟା ବଢୁଛି । ବିକାଶ ହେଉନି ।ସରକାର କିନ୍ତୁ ଋଣ କରିଚାଲିଛନ୍ତି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର କୃଷକଙ୍କ ଆୟ ବହୁତ କମ୍। ଲୋକଙ୍କ ମୁଣ୍ଡରେ ଋଣ ବୋଝ ଲଦି ଦିଆଯାଉଛି। ଏଲଆଣ୍ଡଟି ସଂସ୍ଥାକୁ ଟଙ୍କା ନ ଦେବାରୁ ସରକାରଙ୍କ ସମ୍ପତ୍ତି ଜବତ ହେବା ପ୍ରସଙ୍ଗକୁ ସେ ଉଠାଇଥିଲେ। ନୀତି ଆୟୋଗ ରିପୋର୍ଟ ଅନୁସାରେ ଓଡ଼ିଶାରେ ଗରିବ ଲୋକଙ୍କ ସଂଖ୍ୟା ବଢ଼ୁଥିବା ସେ ଦର୍ଶାଇଥିଲେ।
Trending
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
- ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କଲେ ଭାଜପା ମୁଖପାତ୍ର ଅନିଲ ବିଶ୍ବାଳ
- ଆଜିଠାରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ
- ଇଣ୍ଡିଆ ମେଣ୍ଟର ତିନି ମାଙ୍କଡ – ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
- ବିଜେପି ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
- ବିଜେଡିକୁ ଜୋରଦାର୍ ଝଟକା। ପଦ୍ମ ଧରିଲେ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ
- ସୁଜାତା ଆର୍ କାର୍ତ୍ତିକେୟନଙ୍କୁ ଶକ୍ତି ନାନୀ ଉପାଖ୍ୟାନ ଦେଲେ – ଶ୍ରୀମୟୀ ମିଶ୍ର
- ବାବା ଧବଳେଶ୍ଵରଙ୍କ ପୀଠରେ ପାଳନ ହେଉଛି ବଡଓଷା ପର୍ବ