ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ

ଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚିଠି । ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଚିନ୍ତା ପ୍ରକଟ । ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉପରକୁ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ନବୀନ ଏହି ଚିଠିରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ।

ଆଠଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଶୁକ୍ରବାର ତିଗିରିଆ ପଞ୍ଚାୟତ ସମିତି ବୈଠକରେ ଯୋଗଦେବାକୁ ଯାଉଥିବା ସମୟରେ ତିଗିରିଆ ବ୍ଲକ ଠାରେ ବିଜେପି ପ୍ରାୟୋଜିତ କିଛି ଦୁର୍ବୃତ୍ତ ତାଙ୍କୁ ହିଂସାତ୍ମକ ଭାବେ ଅଟକାଇବା ସହ ଧମକଚମକ ଦେଇଥିଲେ ଏବଂ ଶାରୀରିକ ଭାବେ ହଇରାଣ କରିଥିଲେ ।  ଗ୍ରାଉଣ୍ଡ ରିପୋର୍ଟ ଏବଂ ଗଣମାଧ୍ୟମରୁ ମିଳିଥିବା ଏହି ଖବର ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି । ଏହା ସହ ଏହା ଗଣତନ୍ତ୍ର ଉପରେ ସିଧାସଳଖ ଆକ୍ରମଣ ​ଚିଠିରେ ବିରୋଧୀ ଦଳ ନେତା ଦର୍ଶାଇଛନ୍ତି ।

Leave a comment