ମେଟ୍ରୋ ଟିଭି ଓଡ଼ିଶା (୮.୬.୨୦୨୨ )
ସରିଲା ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ | ମଙ୍ଗଳ ଆଳତି ପାରେ ସ୍ନାନ ମଣ୍ଡପକୁ ଯାଇ ଶ୍ରୀ ଜୀୟୁଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ | ଏହି ସମୟରେ ମହାପ୍ରଭୁଙ୍କୁ କେହି ସ୍ପର୍ଶ କରିବେନାହିଁ | ସ୍ନାନ ମଣ୍ଡପ ଉପରକୁ ଯାଇ ୩ ଘଣ୍ଟା ଦର୍ଶନ କରିପାରିବେ | ସ୍ନାନଯାତ୍ରା, ରଥଯାତ୍ରା,ସୁନାବେଶ ଦିନ ପୁରୀର ବିଭିନ୍ନ ସ୍ଥାନରେ LED ଲଗାଯିବ |

ସମୁଦ୍ର କୁଲ, ବସ ଷ୍ଟାଣ୍ଡ, ଷ୍ଟେସନ ରେ LED ଲଗାଯିବା ନେଇ ଆଜି ବସିଥିବା ପରିଚାଳନା କମିଟିରେ ନିଷ୍ପତ୍ତି ହୋଇଛି | ସିଧା ପ୍ରସାରଣ ଦାଇତ୍ୱ I &PR ବିଭାଗକୁ ଦିଆଯିବା ନେଇ ସୂଚନା ମିଳିଛି | ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ୟ୍ୟାଳୟରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପିଙ୍କ ସମେତ ବିଭିନ୍ନ ସେବାୟତ ପ୍ରତିନିଧି ଓ ଅନ୍ୟାନ୍ୟ ସଦସ୍ୟ ଯୋଗଦେଇଥିଲେ। ପରିଚାଳନା କମିଟି ବୈଠକରେ ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ନୀତି ନିର୍ଘଣ୍ଟ କରାଯାଇଛି। ଏଥିସହ ରଥଯାତ୍ରାକୁ କିଭଳି ଶୃଙ୍ଖଳିତ ଭାବେ ସମାପନ କରାଯିବ ସେନେଇ ମଧ୍ୟ ଆଲୋଚନା ହୋଇଛି