ଯାଜପୁରରେ 5T ସଚିବଙ୍କ ପ୍ରତିଶ୍ରୁତି

ଯାଜପୁର ଗସ୍ତରେ ଯାଇ ବିକାଶ କାର୍ଯ୍ୟର ମାରାଥନ ସମୀକ୍ଷା କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ । ଗସ୍ତ ଅବସରରେ ବଡ଼ଚଣା ମହାବିନାୟକ ବାଳିକା ଉଚ୍ଚ ବିଦ୍ୟାଳୟ ପଡିଆରେ ପହଞ୍ଚି ଲୋକଙ୍କ ଠାରୁ ନେଇଛନ୍ତି ଅଭିଯୋଗପତ୍ର । ସବୁ କଲେଜକୁ 5Tରେ ରୂପାନ୍ତର କରୁଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତେ ସହଯୋଗ କଲେ ୬ମାସ ମଧ୍ୟରେ ପିଲାଙ୍କୁ ମିଳିବ ସ୍ମାର୍ଟ କ୍ଲାସରୁମ୍, ଇ-ଲାଇବ୍ରେରୀ ସୁବିଧା ।

ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ସମସ୍ୟାର ହେବ ସମାଧାନ । ସେହିପରି ପାନୀୟ ଜଳ ସମସ୍ୟା ନେଇ ଆଲୋଚନା କରିବେ ଜିଲ୍ଲାପାଳ । ଘରେ ଇଂଜିନିୟର ପହଞ୍ଚି ସମସ୍ତ ବ୍ୟବସ୍ଥା କରିବେ । ମହିଳାଙ୍କ ସହ ଚାଷୀଙ୍କୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବଡଚଣାରେ ୧୮ଟି ପଞ୍ଚାୟତରେ ପହଞ୍ଚିବ ପିଇବା ପାଣି । ଘରେ ଘରେ ପିଇବା ପାଣି ପହଞ୍ଚିବା ପାଇଁ ଖର୍ଚ୍ଚ ହେବ ୧୮୦ କୋଟି ଟଙ୍କା । ବାଲିକୁଦାରେ ମେଗାଲିଫ୍ଟ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୪୫ କୋଟି ଅନୁଦାନ ଦେଇଛନ୍ତି ।