ମାଟିରେ ମିଶିବ ବୈକୁଣ୍ଠ ଧାମ ଆଶ୍ରମ

ଆଜି ମାଟିରେ ମିଶିବ ବୈକୁଣ୍ଠ ଧାମ ଆଶ୍ରମ । ବୈକୁଣ୍ଠ ଧାମ ଆଶ୍ରମରେ ଆଉ ଚାଲିବନାହିଁ ଆତ୍ମଘୋଷିତ ବାବା କାଶୀନାଥଙ୍କ ଦରବାର ।  ଧର୍ମ ନାଁରେ ଆଉ ଠକିପାରିବେ ନାହିଁ ବାବା କାଶୀନାଥ । ବେଆଇନ ଭାବେ ସରକାରୀ ଜମି ଉପରେ ଗଢିଥିବା ସାମ୍ରାଜ୍ୟକୁ ମାଟିରେ ମିଶାଇବାକୁ ଯାଉଛି ବିଡିଏ ।  ଜବରଦଖଲକୁ ଉଚ୍ଛେଦ କରିବ ବିଡିଏ । ଏନେଇ ବିଡିଏ ଘୋଷଣା ବି କରିସାରିଛି । କିନ୍ତୁ ଏବେବି ଆତ୍ମଘୋଷିତ ବାବା କାଶୀନାଥଙ୍କ ଦେଖାମିଳୁନାହିଁ ।

ଭୁବନେଶ୍ୱରର ଘାଟିକିଆ ଅଞ୍ଚଳରେ ବହୁ ବର୍ଷ ଧରି ସରକାରୀ ଜମିକୁ ହଡପ କରି ବୈକୁଣ୍ଠ ଧାମ ଆଶ୍ରମ କରିଥିଲେ ବାବା କାଶୀନାଥ ।  ପୁଅକୁ କଳକୀ ଅବତାର ସଜେଇ ଲୋକଙ୍କୁ ଭୁତାଇ ଚାଲିଥିଲେ ବାବା କାଶୀନାଥ ।  ଆଶ୍ରମ ଆଳରେ ବହୁ ଅନ୍ୟାୟ ହୋଇଥିବାରୁ ଆଶ୍ରମକୁ ଭଙ୍ଗା ଯିବା ଉଚିତ ବୋଲି ଅନେକ ଯୁକ୍ତି ବାଢିଛନ୍ତି । ଜବରଦଖଲ ଉଛେଦ ପାଇଁ ବିଡିଏ ପୂର୍ବରୁ ସଜବାଜ ହୋଇଥିଲା । ମାଇକରେ ଘୋଷଣା ବି କରିଥିଲା । କିନ୍ତୁ ହାଇକୋର୍ଟରେ ମିଛ ତଥ୍ୟ ଦେଇ ଜବରଦଖଲ ଉଛେଦ ଉପରେ ରହିତାଦେଶ ଆଣିଥିଲେ ଆଶ୍ରମ କର୍ତ୍ତୃପକ୍ଷ । କିନ୍ତୁ ରହିତାଦେଶ ଉଠାଇବା ପରେ ପୁଣି ଥରେ ଆଶ୍ରମ ଭାଙ୍ଗିବାକୁ ପ୍ରସ୍ତୁତ ହୋଇସାରିଛି ବିଡିଏ । ଆଜି ଦିନ ୧୨ଟା ସୁଦ୍ଧା ଆଶ୍ରମ ଖାଲି କରିବାକୁ ଘୋଷଣା କରାଯାଇଛି।