ମନ୍ତ୍ରୀ ହେବେ କି ଦୀପାଳି? ତିନି ମନ୍ତ୍ରୀ କିଏ ହେବେ ତାକୁ ନେଇ ଚର୍ଚା

 ଭୁବନେଶ୍ବର:  କିଏ ହେବେ ନୂଆ ମନ୍ତ୍ରୀ? ଦୀପାଳି ଦାସ ମନ୍ତ୍ରୀ ହେବେ କି? ନା ଆଉ କେଉଁ ନୂଆ ମୁହଁ ଦେଖିବାକୁ ମିଳିବ । ଏସବୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ  ସ୍ଥିର କରିବେ । ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି ମାଷ୍ଟର ଷ୍ଟ୍ରୋକ୍ ଖେଳିଛନ୍ତି ନବୀନ ।  ଆଗାମୀ ସାଧାରଣ  ନିର୍ବାଚନକୁ ନଜରରେ ରଖି ନବୀନ ଏପରି ନିଷ୍ପତ୍ତି ନେଇଥିବା ରାଜନୈତିକ ସମୀକ୍ଷକମାନେ କହୁଛନ୍ତି  । ଅବଶ୍ୟ ଦୁଇ ମନ୍ତ୍ରୀଙ୍କ ନାମରେ ଅସନ୍ତୋଷ ଥିଲା । ସମୀର ରଂଜନ ଦାଶଙ୍କ ନାମରେ ନିଜ କର୍ମୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଅଭିଯୋଗ ଥିଲା । ସେହିପରି  ଶ୍ରୀକାନ୍ତ ସାହୁଙ୍କ ନାମରେ ମହିଳାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ଥିଲା । ବିରୋଧୀମାନେ ଏହି ଦୁଇମନ୍ତ୍ରୀଙ୍କୁ  ଇସ୍ତଫା ଦେବା ପାଇଁ ଭିନ୍ନ ଭିନ୍ନ ସମୟରେ ରାସ୍ତାକୁ ଓହ୍ଲାଇଛନ୍ତି ।  ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ପରଠୁ ରାଜ୍ୟ ମନ୍ତ୍ରୀମଣ୍ଡଳରେ ଗୋଟିଏ ପଦବୀ ଖାଲି ପଡ଼ିଛି । ତାଙ୍କ ଝିଅ ଦୀପାଳି ମନ୍ତ୍ରୀ ହେବା ନେଇ ଚର୍ଚା ହେଉଛି ।  ଏବେ ତିନି ଜଣ ମନ୍ତ୍ରୀ କିଏ ହେବେ ତାକୁ ନେଇ ବିଜେଡି ଦଳରେ ମଧ୍ୟ ମନ୍ଥନ ଆରମ୍ଭ ହେଲାଣି ।