ବ୍ରଜରାଜନଗର ଉପନିର୍ବାଚନରେ ବିଜେପି କାହାକୁ କରିବ ପ୍ରାର୍ଥୀ?

ବ୍ରଜରାଜନଗର ଉପନିର୍ବାଚନରେ ବିଜେପି କାହାକୁ କରିବ ପ୍ରାର୍ଥୀ?

ମେଟ୍ରୋ ଟିଭି ଓଡିଶା ( ୩. ୫.୨୦୨୨ )

ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ (ଏସଇସି) ତାରିଖ ଘୋଷଣା କରିସାରିଛନ୍ତି । ଆସନ୍ତା ୩୧ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବା ନେଇ ଏସଇସି ସୂଚନା ଦେଇଛନ୍ତି । ଆସନ୍ତା ୪ ତାରିଖରୁ ୧୧ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ, ୧୨ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୧୭ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବାକୁ ଦିନ ଧାର୍ଯ୍ୟ ହୋଇଛି । ଏହାପରେ ଆସନ୍ତା ଜୁନ୍ ମାସ ୩ ତାରିଖରେ ଭୋଟ ଫଳାଫଳ ଘୋଷଣା କରାଯିବ ବୋଲି କୁହାଯାଇଛି ।

ତେବେ ଏହି ଉପନିର୍ବାଚନରେ ବିଜେପି କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ବ୍ରଜରାଜନଗରର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ଦଳ ପ୍ରାର୍ଥୀ କରିପାରେ । ରାଧାରାଣୀଙ୍କୁ ଟିକେଟ ମିଳିବା ନେଇ ଦଳ ପକ୍ଷରୁ ପ୍ରତିଶ୍ରୁତି ମିଳିଥିବା ରାଧାରାଣୀ କହିଛନ୍ତି । ଦଳ ତାଙ୍କୁ ପ୍ରସ୍ତୁତ ରହିବାକୁ କହିଥିବା ସେ କହିଛନ୍ତି । ସେ ଉପନିର୍ବାଚନ ଲଢ଼ନ୍ତୁ ବୋଲି ହାଇକମାଣ୍ଡ ଚାହୁଁଥିବା ବେଳେ ପ୍ରାର୍ଥୀଙ୍କ ନାମ ଘୋଷଣାକୁ ସେ ଅପେକ୍ଷା କରିଛନ୍ତି ବୋଲି ପ୍ରତିକ୍ରିୟା ଦେଇଛନ୍ତି ରାଧାରାଣୀ