ବିଧାନସଭାରେ ପୁଣି ହଟ୍ଟଗୋଳ
ଭୁବନେଶ୍ବର: ବିଧାନସଭାର ଶୀତ ଅଧିବେଶନ ୨୪ ତାରିଖରୁ ଆରମ୍ଭ ହୋଇଥିଲା ବେଳେ ହଟ୍ଟଗୋଳ ଜାରି ରହିଛି । ହଟ୍ଟଗୋଳ ପାଇଁ ବିଧାନସଭା ଅପରାହ୍ନ 4ଟା ପର୍ଯ୍ୟନ୍ତ ମୂଲତବି ରହିଛି । ପ୍ରଥମ ଦିନରେ ୬ ଜଣ ପୂର୍ବତନ ବିଧାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଶୋକ ପ୍ରସ୍ତାବ ଆଗତ ପରେ ହଟ୍ଟଗୋଳ ଆରମ୍ଭ ହୋଇଥିଲା ।
ଆଜି ଦ୍ବିତୀୟ ଦିନ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ପୁଣି ଚାଷୀ ସମସ୍ୟା ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଏହାପରେ ବାଚସ୍ପତି ବିକ୍ରମକେଶରୀ ଆରୁଖ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ଗୃହ ଆରମ୍ଭରୁ ଚାଷୀ ପ୍ରସଙ୍ଗରେ ବିରୋଧୀ କଂଗ୍ରେସ , ବିଜେପି ସହ ଶାସକଦଳର ସଦସ୍ୟମାନେ ମୁହାଁମୁହିଁ ହୋଇଥିଲେ। ଶାସକ ଦଳ ପକ୍ଷରୁ ଏମଏସପି ବୃଦ୍ଧି ଦାବି ବିଧାୟକମାନେ କରୁଥିବା ବେଳେ ବିଜେପି ଓ କଂଗ୍ରେସ ସଦସ୍ୟମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରସଙ୍ଗ ଉଠାଇଥିଲେ। ଏହାଫଳରେ ଗୃହରେ ପ୍ରବଳ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ଏହାପରେ ବାଚସ୍ପତି ବିକ୍ରମକେଶରୀ ଆରୁଖ ଦିନ ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଏହାପରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଗୃହ ବାହାରେ ଧାରଣା ଦେଇଥିଲେ। ପରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା । ପୁଣି ହଟ୍ଟଗୋଳ ହେବାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ଗୃହ ମୂଲତବୀ ରହିଛି ।