ବିଦ୍ୟୁତ୍ ନ କାଟିବାକୁ ସରକାରଙ୍କ ନିର୍ଦ୍ଦେଶ
ମେଟ୍ରୋ ଟିଭି ଓଡିଶା (୪.୭.୨୦୨୨)
ଖରାଦିନ ସମୟରେ ଘନ ଘନ ପାୱାର କଟ୍ ନେଇ ଗୃହରେ ଉତ୍ତର ରଖିଛନ୍ତି ସରକାର। ଓଡ଼ିଶାର ବିଦ୍ୟୁତ ଚାହିଦା ଏପରିକି ସର୍ବାଧିକ ଆବଶ୍ୟକ ସମୟରେ ଯାହା ଅଛି, ତାହାକୁ ଭରଣା କରିବା ପାଇଁ କୌଣସି ସମସ୍ୟା ନାହିଁ। କିଛି ବର୍ଷ ତଳେ ଓଡ଼ିଶା ଏକ ବିଦ୍ୟୁତ ଅଭାବୀ ରାଜ୍ୟ ଥିଲା। ବର୍ତ୍ତମାନ ଆମେ ବିଦ୍ୟୁତ ବଳକା ରାଜ୍ୟ ହୋଇ ପାରିଛୁ । କିନ୍ତୁ ସାମୟିକ ଭାବରେ କିଛିଟା ସମସ୍ୟା ଦେଖା ଦେଇଥାଏ, ଯେପରିକି କମ୍ ବର୍ଷା ହେଲେ ହାଇଡ୍ରୋ ଜେନେରେସନ କମି ଯାଇଥିଲେ କିମ୍ବା ଥର୍ମାଲ ପାୱାର ପ୍ଲାଣ୍ଟରେ କୋଇଲା ଅଭାବ ପାଇଁ ସାମୟିକ ସମସ୍ୟା ଦେଖାଦେଇଥିଲା।

୫୦ ଦିନରୁ ଅଧିକ ଦିନ ଥର୍ମାଲ ପାୱାର ପ୍ଲାଣ୍ଟରେ ସମସ୍ୟା ଦେଖାଦେଇଥିଲା। ସେଥିପାଇଁ ଆମକୁ ଦିନକୁ ପ୍ରାୟ ୪୦୦ ରୁ ୪୪୦ ମେଗାୱାଟ୍ ପାୱାର ମିଳିଲା ନାହିଁ। ଆଉ ସେହି ସମୟରେ ମଧ୍ୟ ଦେଶରେ ଘୋର ବିଦ୍ୟୁତ୍ ସଂକଟ ଦେଖା ଦେଇଥିଲା । ଏହି ସମୟରେ ଇଡ୍ରୋ ଜେନେରେସନ ବଢ଼ାଇବା ସତ୍ତ୍ଵେ ମଧ୍ୟ ଏପ୍ରିଲ ୨୦୨୨ରେ ପ୍ରାୟ ୧୦ ରୁ ୧୨ ଦିନ ପାଇଁ ଆମକୁ ସାମୟିକ ଭାବେ ଅଧ ଘଣ୍ଟାରୁ ଏକ ଘଣ୍ଟା ପାଇଁ କିଛି ଅଞ୍ଚଳରେ ବିଦ୍ୟୁତ୍ କାଟ୍ କରିବାକୁ ପଡୁଥିଲା।କିନ୍ତୁ ଏପ୍ରିଲ ତାରିଖରୁ କୌଣସି ଘୋଷିତ ବିଦ୍ୟୁତ୍ କାଟ୍ ହୋଇନାହିଁ। ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଆବଣ୍ଟନ କମ୍ପାନି ମାନଙ୍କୁ ବିଦ୍ୟୁତ୍ କାଟ୍ ନ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏବର୍ଷ ଗ୍ରୀଷ୍ମ ପ୍ରବାହ ଟିକେ ଅଧିକ ଥିବାରୁ ସର୍ବାଧିକ ଆବଶ୍ୟକ ସମୟରେ ବିଦ୍ୟୁତ୍ ଚାହିଦା ଆଶାତୀତ ଭାବେ ବୃଦ୍ଧି ପାଇଥିଲା ଓ ବିଗତ ବର୍ଷ ତୁଳନାରେ ସର୍ବାଧିକ ଆବଶ୍ୟକ ସମୟରେ ବିଦ୍ୟୁତ୍ ଚାହିଦା ହାରାହାରି ୪୦୦ ମେଗାୱାଟ୍ ଅଧିକ ରହିଥିଲା। ତତ୍ ସହିତ ବିଦ୍ୟାର୍ଥୀ ମାନଙ୍କର ବାର୍ଷିକ ପରୀକ୍ଷା ଥିବାରୁ ପରୀକ୍ଷା ସମୟରେ ଏବଂ ସନ୍ଧ୍ୟା ବେଳେ ସେମାନଙ୍କର ପାଠ ପଢାରେ ବ୍ୟାଘାତ ନଆସିବା ପାଇଁ ଆବଣ୍ଟନ କମ୍ପାନୀ ମାନଙ୍କୁ ବିଦ୍ୟୁତ୍ ନ କାଟିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ।