ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

puri news naveen pattaik

ମେଟ୍ରୋ ଟିଭି ଓଡ଼ିଶା (୬.୬.୨୦୨୨ )

ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୨୮ ତାରିଖରେ ୟୁଏଇରେ ମୁଖ୍ୟମନ୍ତ୍ରୀଙ୍କ କିଛି କାର୍ଯ୍ୟକ୍ରମ ରହିଥିବା ନେଇ ସୂଚନା ମିଳିଛି । ମିଳିଥିବା ରିପୋର୍ଟ ଅନୁଯାୟୀ – ୟୁଏଇରେ ବିଭିନ୍ନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ । ତାହା ସହ ୟୁଏଇରେ ଇଣ୍ଡଷ୍ଟ୍ରିଆଲ ମିଟରେ ମଧ୍ୟ ମୁଖ୍ୟମନ୍ତ୍ରୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

ଇପିକଲ, ଫିକି ଓ ସ୍ଥାନୀୟ କନସୁଲେଟଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ସୂଚନା ମିଳିଛି । ସବୁଠାରୁ ବଡ଼ କଥା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଏହି ୟୁଏଇ ଗସ୍ତ ସମୟରେ ପ୍ରବାସୀ ଓଡ଼ିଆଙ୍କୁ ମଧ୍ୟ ନବୀନ ଭେଟିବେ ବୋଲି କୁହାଯାଉଛି । ତାହା ସହ ନବୀନ ଇଟାଲୀ ମଧ୍ୟ ଯିବାର କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି । ରୋମରେ କିଛି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସିଏମଓ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇନାହିଁ ।