ଭୁବନେଶ୍ବର : ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ ବଦଳିବ। ଧଳା ଓ ଘନନୀଳ ବଦଳରେ ଏଣିକି ସେମାନେ ‘ହଣ୍ଟର ଗ୍ରିନ୍’ ରଙ୍ଗର ପୋଷାକ ପିନ୍ଧିବେ। ଛାତ୍ରଙ୍କ ପାଇଁ ଫୁଲ୍ପ୍ୟାଣ୍ଟ ଓ ସାର୍ଟ ରହିଥିବା ବେଳେ ଛାତ୍ରୀଙ୍କ ଲାଗି ଚୁଡ଼ିଦାର-ପଞ୍ଜାବୀ ସହ ଜ୍ୟାକେଟ୍ ପୋଷାକ ରହିଛି। ଡ୍ରେସ୍ରେ ଏକ ଲୋଗୋ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ରହିବ। ସପ୍ତାହର ୫ ଦିନ ଛାତ୍ରଛାତ୍ରୀ ୟୁନିଫର୍ମ ପିନ୍ଧିବେ। ଶନିବାର ବିଭିନ୍ନ କ୍ଲବର କାର୍ଯ୍ୟକଳାପ ରହିଥିବାରୁ ଛାତ୍ରଛାତ୍ରୀ ଟି-ସାର୍ଟ ଓ ଟ୍ରାକ୍ ପ୍ୟାଣ୍ଟ ପିନ୍ଧି ବିଦ୍ୟାଳୟକୁ ଆସିବେ। ୧୦୦ରୁ ଅଧିକ ଛାତ୍ରଛାତ୍ରୀ ରହିଥିବା ବିଦ୍ୟାଳୟର ପିଲାମାନେ ୪ଟି ରଙ୍ଗ ଏବଂ ଶହେରୁ ଅଧିକ ପିଲା ରହିଥିଲେ ଦୁଇଟି ରଙ୍ଗର ଡ୍ରେସ୍ ପିନ୍ଧିବେ। ଛାତ୍ରଛାତ୍ରୀଙ୍କ ପାଇଁ କଳା ଜୋତା ଓ ଧଳା ମୋଜା ବାଧ୍ୟତାମୂଳକ ହୋଇଛି। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ହାଇସ୍କଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା-ମୋଜା ମିଳିବ। ପୂର୍ବରୁ କେବଳ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ପୋଷାକ ଓ ଜୋତା-ମୋଜା ପାଉଥିବା ବେଳେ ଏବେ ହାଇସ୍କୁଲ ପିଲାମାନଙ୍କ ପାଇଁ ନୂତନ ଯୋଜନା କାର୍ଯ୍ୟକରୀ କରିବା ଦିଗରେ ରାଜ୍ୟ ସରକାର ଏବର୍ଷଠାରୁ ପଦକ୍ଷେପ ଗ୍ରହଣ କରିଛନ୍ତି। ଜଣେ ଛାତ୍ରଛାତ୍ରୀଙ୍କୁ ବର୍ଷକ ପାଇଁ ୫୫୦ ଟଙ୍କାରେ ଦୁଇହଳ ପୋଷାକ, ୨୦୦ ଟଙ୍କାରେ ହଳେ ଜୋତା ଓ ଦୁଇ ହଳ ମୋଜା, ୧୨୫ ଟଙ୍କାରେ ଗୋଟିଏ ଟି-ସାର୍ଟ ଓ ୧୨୫ ଟଙ୍କାରେ ଗୋଟିଏ ଟ୍ରାକ୍ ପ୍ୟାଣ୍ଟ ଯୋଗାଇ ଦିଆଯିବ। ଜଣେ ପିଲା ପିଛା ମୋଟ ଏକ ହଜାର ଟଙ୍କା ଖର୍ଚ୍ଚ କରିବାକୁ ଧାର୍ଯ୍ୟ ହୋଇଛି। ପିଲାଙ୍କ ପାଇଁ ଆବଶ୍ୟକ ଅର୍ଥ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ସ୍କୁଲ ପରିଚାଳନା କମିଟିର ମିଳିତ ଆକାଉଣ୍ଟକୁ ପଠାଯିବ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ