ମେଟ୍ରୋ ଟିଭି ଓଡିଶା (୧୬.୫.୨୦୨୨)
ଆଜି ପୁରୀ ଏମାର ମଠ ପରିସରରୁ ପୁରାତନ ସିଂହ ମୂର୍ତ୍ତି ମିଳିଛି। ମାଟି ଖନନ ବେଳେ କାରୁକାର୍ଯ୍ୟପୂର୍ଣ୍ଣ ସିଂହ ମୂର୍ତ୍ତି ଉଦ୍ଧାର କରାଯାଇଛି। ଖନନ ବେଳେ ବିରଳ ସିଂହ ମୂର୍ତ୍ତିଟି ଭାଙ୍ଗି ଯାଇଥିବା ନେଇ ସୂଚନା ମିଳିଛି। ଜିପିଆରଏସ୍ ହୋଇ ନଥିବାରୁ ଏପରି ଘଟିଥିବା ନେଇ ଅଭିଯୋଗ ହୋଇଛି।

ତେବେ ଏମାର ମଠ ଓଡ଼ିଶାର ପୁରୀରେ ଥିବା ଏକ ମଠ । ଏହା ପୁରୀରେ ଥିବା ସବୁଠାରୁ ପୁରୁଣା ମଠମାନଙ୍କ ଭିତରୁ ଗୋଟିଏ । ସନ୍ଥ ରାମାନୁଜ ପ୍ରଥମେ ସ୍ୱର୍ଗଦ୍ୱାରରେ ଛତା ପୋତି ରହିଥିଲେ । ତାପରେ ସେଠାରେ ସେ ମଠ କରିଥିଲେ । ଏହା ପରେ ବର୍ତ୍ତମାନର ଏମାର ମଠ ସ୍ଥାନରେ ଛତା ପୋତି ନିଜ ଶିଷ୍ୟଙ୍କ ସହ ରହିଲେ । ସେହି ଛତାରୁ ସେଠାରେ ଏମାର ମଠ ହେଲା । ବିବାଦୀୟ ଭାବେ, ୨୦୧୧ ମସିହାରେ ଏଠାରେ ୯୦ କୋଟି ଟଙ୍କା ମୁଲ୍ୟର ୫୨୨ଟି ରୂପା ଦଣ୍ଡି (୧୮ କିଗ୍ରା) ମିଳିଥିଲା ।
ଏହା ସହ ମଠରେ ଅଧିକ ମୂଲ୍ୟବାନ ଧାତୁ ରହିଥିବା ଅନୁମାନ କରାଯାଉଛି । ଶହ ଶହ ବର୍ଷ ଧରି ଶ୍ରୀମନ୍ଦିର ସମ୍ମୁଖରେ ଦଣ୍ଡାୟମାନ ହୋଇ ରହିଥିବା ଏହି ମଠକୁ ୨୦୧୯ ମସିହାରେ ଉଚ୍ଛେଦ କରାଯାଇଥିଲା । ସେ ସମୟରେ ମଠରେ କିଛି ଗୁପ୍ତ କୋଠରୀ ଥିବା ଜଣାପଡ଼ିଥିଲା । ୧୮୬୬ ମସିହା ନଅଙ୍କ ଦୁର୍ଭିକ୍ଷ ସମୟରେ ଏହି ମଠ ହିଁ ଲୋକଙ୍କୁ ଦାନା ଯୋଗାଇଥିବା କୁହାଯାଉଛି ।