ନୂଆ ରୂପରେ ମୋ ସାଇକେଲ

ନୂଆ ରୂପରେ ମୋ ସାଇକେଲ

ମେଟ୍ରୋ ଟିଭି ଓଡିଶା,୫/୨ : ରାସ୍ତାକୁ ପୁଣି ଓହ୍ଲାଇଲା ସ୍ମାର୍ଟ ସିଟିର ସ୍ମାର୍ଟ ସାଇକେଲ । ପବନ ବେଗରେ ରାଜଧାନୀର ରାଜରାସ୍ତାରେ ପୁଣି ଗଡ଼ିଚାଲିବ ମୋ ସାଇକେଲ । ଅତି କମ ଖର୍ଚ୍ଚରେ ଆପଣଙ୍କ ଲକ୍ଷ୍ୟ ସ୍ଥଳରେ ପୁଣି ପହଂଚାଇବ ସ୍ମାର୍ଟ ସାଇକେଲ । କରୋନା ମହାମାରୀ ସମୟରେ ନିଜର ସ୍ୱାସ୍ଥ୍ୟକୁ ସୁସ୍ଥ ଓ ସମୃଦ୍ଧ ରଖିବା ପାଇଁ ଶାରୀରିକ, ମାନସିକ ସ୍ୱାସ୍ଥ୍ୟ ରକ୍ଷା ପାଇଁ ସାଇକେଲ ଚଲାଇବା ଲାଭଦାୟକ ।

ତେଣୁ ଜନସାଧାରଣଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମୋ ସାଇକେଲ ସେବା ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି । ସେପଟେ ଦୀର୍ଘ ଦିନର ବିବାଦ ପରେ ପୁଣି ଥରେ ରାସ୍ତାକୁ ଦ ହେକ୍ସି କମ୍ପାନୀର ମୋ ସାଇକେଲ ଟ୍ରାକ୍ କୁ ଫେରିଛି । ଏବେ ଏହି ସାଇକେଲର ପରିଚାଳନା ଭାର ୟାନା କମ୍ପାନୀକୁ ଦିଆଯାଇଛି । ତେଣୁ ରାଜଧାନୀ ରାସ୍ତାରେ ବିଭିନ୍ନ ଛକ, ବସ୍ କ୍ୟୁ ସେଲ୍ଟର ଗୁଡ଼ିକରେ ଜଭିଛି ମୋ ସାଇକେଲର ଭିଡ଼ । ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ ଓ ହେକ୍ସି ମଧ୍ୟରେ ହୋଇଥିବା ବିବାଦ ପରେ ହେକ୍ସି କମ୍ପାନୀ ସାଇକଲ ପରିଚାଳନା ଭାରରୁ ଓହରିଯିବା ଯୋଗୁଁ ୟାନା କୁ ଏହାର ପରିଚାଳନା ଭାର ଦିଆଯାଇଛି ।

ମୋ ସାଇକଲ ଯୋଜନାରେ ୨ ହଜାର ସାଇକଲ ଆସିଥିବା ବେଳେ ହେକ୍ସି କମ୍ପାନୀର ସର୍ବାଧିକ ୧ ହଜାର ସାଇକଲ ରହିଛି । ହେଲେ କିଛି ଦିନ ପୂର୍ବରୁ ହେକ୍ସି କମ୍ପାନୀର କିଛି ସାଇକଲ କବାଡ଼ିଖାନାରେ ମିଳିବା ପରେ ସ୍ମାର୍ଟସିଟି ଓ ହେକ୍ସି ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଏନେଇ ସ୍ମାର୍ଟସିଟି ପକ୍ଷରୁ ଥାନାରେ ଏତଲା ଦିଆଯିବା ସହିତ ଦିଲ୍ଲୀରୁ ହେକ୍ସି କମ୍ପାନୀ କର୍ତ୍ତୃପକ୍ଷ ଆସି ସ୍ମାର୍ଟସିଟି ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ପରେ ସେମାନେ ନିଜର ୧ ହଜାର ସାଇକଲକୁ ସ୍ମାର୍ଟସିଟିକୁ ହସ୍ତାନ୍ତର କରି ପରିଚାଳନା ଦାୟିତ୍ୱରୁ ଓହରିଯାଇଥିଲେ । ଏବେ ଏହି ସାଇକଲକୁ ମରାମତି କରି ସ୍ମାର୍ଟସିଟି ପୁଣି ତରେ ହେକ୍ସି କମ୍ପାନୀର ୫୦୦ ସାଇକଲକୁ ଟ୍ରାକକୁ ଆଣିଛି ।

YouTube player


ଏହି ସାଇକଲର ପରିଚାଳନା ପାଇଁ \’ୟାନା\’ ସହିତ ଏକ ୩ ବର୍ଷିଆ ଚୁକ୍ତି ହୋଇଥିବା ବେଳେ ପରିଚାଳନା ପାଇଁ ସମ୍ପୃକ୍ତ କମ୍ପାନୀକୁ ଅର୍ଥ ଦିଆଯିବ ବୋଲି ଜଣାପଡ଼ିଛି। ଏହି ୫୦୦ ସାଇକଲ ଫେରିବା ପରେ ବର୍ତ୍ତମାନ ମୋଟ୍ ୧୫୦୦ ସାଇକଲ୍ ରାଜଧାନୀ ରାସ୍ତାରେ ଗଡ଼଼ିବା ପାଇଁ ପ୍ରସ୍ତୁତ ରହିଛି । ୟାନାର ପୂର୍ବରୁ ୫୦୦ ସାଇକଲ ଥିବା ବେଳେ ୟୁଲୁର ମଧ୍ୟ ୫୦୦ ସାଇକଲ ରହିଛି। ଏବେ ପୁଣି ଏଥରେ ୫୦୦ ସାଇକଲ ଯୋଡ଼ି ହୋଇଥିବା ବେଳେ ଖୁବ୍ଶୀଘ୍ର ହେକ୍ସିର ଆଉ ୫୦୦ ସାଇକଲ ମଧ୍ୟ ଟ୍ରାକ୍କୁ ଫେରିବ ବୋଲି ଜଣାପଡ଼ିଛି। ପରିବେଶ ସୁରକ୍ଷା ଓ ପ୍ରଦ୍ୟୁଷଣ ମୁକ୍ତ ସହର ସହ ରାଜଧାନୀବାସୀଙ୍କୁ ଫିଟ ରଖିବା ପାଇଁ ସରକାର ମୋ ବସ ଯୋଜନା ପରେ ମୋ ସାଇକେଲ ଯୋଜନା ଆରମ୍ଭ କରିଥିଲେ ।

ରିପୋର୍ଟ ଭାରତ ବିନୋଦ ନାୟକ ମେଟ୍ରୋଟିଭି ଓଡିଶା