ଟଙ୍କା ସହ ଏଟିଏମ ମେସିନ ତାଡ଼ି ନେଲେ ଲୁଟେରା
କିଛିଦିନ ବ୍ୟବଧାନ ପରେ ରାଜଧାନୀ ଭୁବନେଶ୍ବରରେ ପୁଣି ମାତିଛନ୍ତି ଏଟିଏମ୍ ଲୁଟେରା। ଆଜି ସକାଳୁ ସକାଳୁ ଭୁବନେଶ୍ବରର ଲିଙ୍ଗରାଜ ଥାନା ଅଧିନ ସାମନ୍ତରାପୁର ଶ୍ରୀରାମନଗରରେ ଥିବା ଏକ ଏସ୍ବିଆଇ ଏଟିଏମ୍ରୁ ଲୁଟ୍ ହୋଇଛି। ଆଉ ସବୁଠୁ ବଡ଼ କଥା ହେଉଛି ଲୁଟେରାମାନେ ପୁରା ଏଟିଏମ୍ ମେସିନ୍କୁ ତାଡିନେଇ ଯାଇଛନ୍ତି।
ଶ୍ରୀରାମ ନଗରର ତିନି ଛକ ନିକଟରେ SBI ATM ତାଡି ଏହି ଲୁଟ୍ ହୋଇଛି। ଲୁଟ୍ ନେଇ ସୂଚନା ପାଇବା ପରେ ଘଟଣାସ୍ଥଳରେ ଲିଙ୍ଗରାଜ ଥାନା ପୁଲିସ ପହଞ୍ଚି ଛାନଭିନ କରୁଛି। ସେପଟେ ଟଙ୍କା ନେଇଯିବା ପରେ ଲୁଟେରା ତାହି ନେଇଥିବା ଏଟିଏମ୍ ମେସିନ୍କୁ ଗଙ୍ଗୁଆ ନାଳ ନିକଟରେ ପକାଇଥିବା ଲୋକ ଦେଖିବା ପରେ ପୁଲିସକୁ ଜଣାଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚିଛି।