ଜଳୁଛି ଅଧା ଓଡ଼ିଶା

 ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି, ୨ରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର:ଜଳୁଛି ଅଧା ଓଡ଼ିଶା । ତାତିରେ ସିଜୁଛନ୍ତି ଲୋକେ । ହୁତୁ ହୁତୁ ହୋଇ  ରାଜ୍ୟରେ ପୁଣି ବଢ଼ିଲା ତାପମାତ୍ରା । ୧୬ ସହରର ତାପାମାତ୍ରା ୪୧ ଡିଗ୍ରୀ ଉପରେ ଥିବାରୁ ଲୋକେ ନାହିଁ ନଥିବା ହନ୍ତସନ୍ତ ହେଉଛନ୍ତି । ୪୪. ୪ ଡିଗ୍ରୀ ସହ ବଲାଙ୍ଗୀର ସବୁଠାରୁ ଉତ୍ତପ୍ତ ସହର , ୪୪ ଡିଗ୍ରୀ ସହ ଟିଟିଲାଗଡ ଦ୍ବିତୀୟ ଉତ୍ତପ୍ତ ସହର, ଝାରସୁଗୁଡା ୪୩.୬, ଭବାନୀପାଟଣା ୪୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଉପକୂଳ ଅପେକ୍ଷା ପଶ୍ଚିମ ଓଡ଼ିଶାରେ ତାତି ଅସହ୍ୟ ହେଉଛି । କିଛି ସ୍ଥାନରେ ତାତି ୪୫ ଡିଗ୍ରୀ ଅତିକ୍ରମ କରିବାର ସଂଭାବନା ରହିଛି ।