କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଧର୍ମଗଡ଼ ବନାଞ୍ଚଳ ସାହାଜଖୋଲ ବ୍ୟାପକ ଜଙ୍ଗଲ ଜଳିଯିବା ଓ ମାଫିଆ ମାନେ କାଟି ନଷ୍ଟ କରିଦେବା ପରେ ଖାଦ୍ୟ ଅନ୍ୱେଷଣରେ ବନ୍ୟଜନ୍ତୁ ମାନେ ଏବେ ଗାଁ ମୁହାଁ ହୋଇଛନ୍ତି। ବିଗତ କିଛି ମାସ ହେବ ବାରମ୍ବାର ଆମପାଣି ବନ ବିଭାଗ ଅଞ୍ଚଳରେ ଭାଲୁ ବିଭିନ୍ନ ଗ୍ରାମରେ ପଶି ଲୋକଙ୍କ ଉପରେ ଆକ୍ରମଣ କରୁଛି। କେତେବେଳେ କିଏ ଗୁରୁତର ଭାବେ ଆହତ ହେଉଛନ୍ତି ତ ଆଉ କେତେବେଳେ କାହାର ଜୀବନ ମଧ୍ୟ ଚାଲି ଯାଉଛି। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋକସରା ବ୍ଲକ ଆମପାଣି ବନାଞ୍ଚଳ ବରାଡ଼ଙ୍ଗା ରାସ୍ତାରେ ।ପାତ୍ରବସା ଗାଁ ର ବ୍ରଜ ବାଗ ଙ୍କ ସ୍ତ୍ରୀ ଭବାନୀ ବାଗ ଭୋର ସମୟରେ ମା ଦେହ ଅସୁସ୍ଥ ଥିବାରୁ ଆମପାଣି ପଞ୍ଚାୟତ ପାତ୍ରବସା ଗାଁ ରୁ ବେହେରନସିଲ୍ ଯାଉଥିବା ବେଳେ ବରାଡଙ୍ଗା ଶିଉନି ରାସ୍ତା ନିକଟରେ ଏକ ଭାଲୁ ଆକ୍ରମଣ କରିଥିଲା, ଭାଲୁ ତାଙ୍କ ମୁଣ୍ଡ ରେ ଓ ଦେହ ର ବିଭିନ୍ନ ସ୍ଥାନରେ ନଖ ରେ ରାମ୍ପି କ୍ଷତବିକ୍ଷତ କରିବା ଫଳରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଲୋକେ ଦେଖି ଆମପାଣି ଜଙ୍ଗଲ କର୍ମଚାରୀ ଓ ଆମପାଣି ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ଆମପାଣି ଜଙ୍ଗଲ ବିଭାଗ କର୍ମଚାରୀ ଓ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା ପଠାଇଛି। ତେବେ ବିଗତ କିଛି ମାସ ତଳେ ଏହି ପଞ୍ଚାୟତ ର ତେତେଲପଡା ର ଜଣଙ୍କୁ ମଧ୍ୟ ଭାଲୁ ଆକ୍ରମଣ ରେ ଗୁରୁତର ହୋଇ ପରବର୍ତ୍ତୀ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ଏହି ଘଟଣା ର ପୁଣି ପୁନାରୁବୃତ୍ତି ହୋଇଛି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜଙ୍ଗଲ ବିଭାଗର ଅବହେଳା କୁ ନେଇ ଅସନ୍ତୋଷ ଦେଖାଦେଇଛି। ଜଙ୍ଗଲରେ ପାଣିର ଅଭାବ ସହିତ ପ୍ରାୟ ଜଙ୍ଗଲ ନିଆଁ ଲାଗି ଜଳିଯିବା ମାଫିଆ ଗଛ କାଟିବା ଫଳରେ ଜଙ୍ଗଲ ସମ୍ପଦ ନଷ୍ଟ ହୋଇ ବନ୍ୟଜନ୍ତୁ ମାନେ ଖାଦ୍ୟ ଅଭାବ ସହିତ ବାସସ୍ଥାନ ହରାଇ ବର୍ତ୍ତମାନ ଗାଁ ମୁହାଁ ହୋଇଛନ୍ତି। ମାତ୍ର ବନ ବିଭାଗ ପକ୍ଷରୁ ସେଭଳି କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । କ୍ଷତିଗ୍ରସ୍ତ ଲୋକମାନଙ୍କୁ ତୁରନ୍ତ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦେବା ସହ ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଦାବି ହେଉଛି।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post
Next Post