ମେଟ୍ରୋ ଟିଭି ଓଡିଶା (୨୦.୬.୨୦୨୨)
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ପାଖେଇ ଆସୁଥିବାବେଳେ ଶ୍ରୀନହର ସମ୍ମୁଖସ୍ଥ ରଥଖଳାରେ ୩ ରଥର ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି । ବଡ଼ ପୋଟଳ ଉଠିବା ପରେ ୩ ରଥରେ କଇଁଚି ବାଡ଼ିଆ କାମ ଶେଷ ହୋଇଛି ।

ରଥଖଳାରେ ବିଶ୍ୱକର୍ମାମାନେ ରଥର କଳସ ତିଆରି କରୁଛନ୍ତି । ରଥର ପୋଟଳ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ । ତେର ପରସ୍ତରୁ ୧୨ଟିର କାମ ଶେଷ ହୋଇଛି । ଆଗକୁ କେବଳ ପାରାଭାଡ଼ି ପ୍ରସ୍ତୁତ କରାଯିବ । ୩ ରଥର ଚାରିନାହାକା ବାନେ୍ଧଣୀ ପାଇଁ କଇଁଚି ରଥରେ ଫିଟିଂ କରାଯାଇଛି । ରଥରେ କଣଫାଉଡ଼ା ଲାଗୁଛି ।