କୃଷି ଭବନରେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ

ଭୁବନେଶ୍ବର: ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ କୃଷି ଭବନରେ ପହଞ୍ଚିଛନ୍ତି। ଗେଟ୍ସ ଫାଉଣ୍ଡେସନ୍ ସହଯୋଗରେ ରାଜ୍ୟରେ ଚାଲିଥିବା ସମସ୍ତ ପ୍ରକଳ୍ପ କିପରି କାର୍ଯ୍ୟକାରୀ ହେଉଛି ତାହାର ସମୀକ୍ଷା କରିବା ପାଇଁ କୃଷି ଭବନରେ ପହଞ୍ଚିଛନ୍ତି ବିଲ ଗେଟ୍ସ।ଏହା ପୂର୍ବରୁ ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ୍ ଗେଟସ୍ ବସ୍ତି ବୁଲି୍ଥିଲେ। ଭୁବନେଶ୍ୱର ସ୍ଥିତ ମାଆ ମଙ୍ଗଳା ବସ୍ତିରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ। ଏହାସହ ବସ୍ତିରେ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ବିଲ୍ ଗେଟ୍ସ। ଏହା ପରେ ବିଲ୍ ଗେଟ୍ସ କୃଷି ଭବନ ଗସ୍ତ କରିଛନ୍ତି।  ପରେ ସେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଗେଟ୍ସ ଫାଉଣ୍ଡେସନ ସହାୟତାରେ କୃଷି ସମୀକ୍ଷା କେନ୍ଦ୍ର କାର୍ଯ୍ୟ କରୁଛି। ଏହା ସମନ୍ୱିତ ଚାଷ ପାଇଁ ଉନ୍ନତ ଜ୍ଞାନ କୌଶଳ ବାବଦରେ ଚାଷୀଙ୍କୁ ସୂଚନା ଦେଉଛି। ୨୦୨୧ ମସିହାରେ ବିଲ ଗେଟ୍ସ ଫାଉଣ୍ଡେସନ ସହ ଓଡ଼ିଶା ସରକାରଙ୍କ ଚୁକ୍ତିନାମା ସ୍ୱାକ୍ଷର ହୋଇଥିଲା।