କିଏ ହେବେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି 

ମେଟ୍ରୋ ଟିଭି ଓଡିଶା (୧୧.୬.୨୦୨୨)

ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ମୁଖ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସୂଚନା ଦିଆଯିବା ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।

ତେବେ ଏହି ପଦବୀରେ କିଏ ଅଧିଷ୍ଠିତ ହେବେ ତାହାନେଇ ଜୋର୍‌ଦାର୍‌ ଚର୍ଚ୍ଚା ଜାରି ରହିଛି । ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ପକ୍ଷରୁ ଚଳିତ ଥର ଜଣେ ଆଦିବାସୀ, ମହିଳା କିମ୍ବା ସଂଖ୍ୟାଲଘୁଙ୍କ ମଧ୍ୟରୁ କାହାକୁ ପ୍ରାର୍ଥୀ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଏନେଇ ଓଡ଼ିଶାରୁ ୨ ଜଣଙ୍କ ନାମ ଚର୍ଚ୍ଚାରେ ଥିବା ଜାତୀୟ ଗଣମାଧ୍ୟମରେ ଥିବା ପ୍ରକାଶ ପାଇଛି । ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଓ ପୂର୍ବତନ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍‌ ଓରାମ୍‌ଙ୍କ ନାମ ଚର୍ଚ୍ଚାରେ ରହିଛି ।