କାଲିଠୁ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ

Driver-Union-750x430-1

ମେଟ୍ରୋଟିଭିଓଡିଶା(୧୮.୪.୨୦୨୨)

୧୦ ଦଫା ଦାବି ନେଇ ରାଜଧାନୀରେ ଡ୍ରାଇଭର ମହାସଂଘ ଆଜି ବିରୋଧ ପ୍ରଦର୍ଶନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେନ୍ଦୁଲି ପ୍ରତିକ୍ରିୟା ରଖି କହଛନ୍ତି ଯେ ସରକାରଙ୍କ ସହ ଆଲୋଚନା ସଫଳ ହୋଇଥିବା ନେଇ କହିଛନ୍ତି ସେ କହିଛନ୍ତି ଆନ୍ଦୋଳନ ପ୍ରତ୍ୟାହୃତ କରାଯାଇଛି କିନ୍ତୁ ୩ ମାସ ମଧ୍ୟରେ ଦାବି ପୂରଣ ନହେଲେ ପୁଣି ଆନ୍ଦୋଳନ ହେବ । ତେବେ କାଲିଠୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ହେବ ବୋଲି କହିଛନ୍ତି ମହାସଂଘର ସଂପାଦକ । ଡ୍ରାଇଭର ମହାସଂଘ ସଂପାଦକ ଚୈତନ୍ୟ ପ୍ରଧାନ କହିଛନ୍ତି ଯେ ଆଜି ପାଇଁ ଆନ୍ଦୋଳନ ପ୍ରତ୍ୟାହୃତ, କାଲିଠୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ । ଦାବି ପୂରଣ ନ ହେବା ଯାଏଁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ହେବ ବୋଲି କହିଛନ୍ତି ସଂପାଦକ ।

ସେପଟେ ଆନ୍ଦୋଳନକୁ ଭଣ୍ଡୁର କରିଥିବା ଅଭିଯୋଗରେ ଡ୍ରାଇଭର ସଂଘ ମଧ୍ୟରେ ଦେଖାଦେଇଛି ମତଭେଦ । ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ । ସଭାପତି ଓ ସମ୍ପାଦକଙ୍କ ବିରୋଧରେ ଆନ୍ଦୋଳନ ଭଣ୍ଡୁର ଅଭିଯୋଗ ଆଣିଛନ୍ତି ସଂଘର ଡ୍ରାଇଭରମାନେ ।