କଣ ରହିବ ବାତ୍ୟା ମୋଚାର ପ୍ରଭାବ?

ଭୁବନେଶ୍ବର:  ଗ୍ରୀଷ୍ମ ଦିନରେ ପୁଣି ଆସିବ ବାତ୍ୟା । ବର୍ଷା ହେବ , ପବନ ବହିବ  ।  ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ଆସନ୍ତା ପାଞ୍ଚ ଦିନ ଥଣ୍ଡା ରହିବ ରାଜ୍ୟର ପାଣିପାଗ । ଆଇଏମଡିର ରିପୋର୍ଟ ଅନୁଯାୟୀ ଦକ୍ଷିଣ-ପୂର୍ବ ବଙ୍ଗୋସାଗରରେ  ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇସାରିଛି। ଯାହାର ପ୍ରଭାବରେ ୮ ତାରିଖ ସକାଳ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାପରେ ୯ ତାରିଖ ବେଳକୁ ଏହା ଅବପାତର ରୂପନେଇପାରେ। ପାଣିପାଗ ବିଭାଗ କହିଛି ଯେ ମେ ’୮ ସୁଦ୍ଧା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ଏବଂ ବଙ୍ଗୋପସାଗରର ଦକ୍ଷିଣ-ପୂର୍ବ ଉପକୂଳରେ ଏହା ଅବପାତର ରୂପ ନେଇପାରେ। ଯାହାର ପ୍ରଭାବରେ ଓଡ଼ିଶା ସମେତ ସାରା ଦେଶରେ ପାଣିପାଗ ଉପରେ ପ୍ରଭାବ ପକାଇବ ।