ଓଦା ଟଙ୍କାର ନିୟମ

#rules of rbi on changing

ମେଟ୍ରୋ ଟିଭି ଓଡିଶା (୧୮.୨.୨୦୨୨) :

ସାଧାରଣତଃ ଖରାପ ହୋଇଯାଇଥିବା ନୋଟ୍‌କୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଥାଏ। ବହୁବାର କୌଣସି କାରଣବସତଃ ନୋଟ୍‌ ଖରାପ ହୋଇଯାଇଥାଏ। ଏମିତିରେ ଯଦି ସେହି ନୋଟର ମୂଲ୍ୟ ଅଧିକ ହୋଇଥାଏ ତାହେଲେ ସମସ୍ୟା ଅଧିକ ବଢିଯାଏ।

ତେବେ ଆପଣ ଜାଣିଥିବେ ଯେ, ଚିରା-ଫଟା ନୋଟକୁ ବ୍ୟାଙ୍କରେ ସହଜରେ ବଦଳା ଯାଇପାରିବ, କିନ୍ତୁ ଅନେକ ଲୋକ ଏହା ଜାଣନ୍ତି ନାହିଁ ଯେ, ପାଣିରେ ଓଦା ହୋଇଥିବା ନୋଟକୁ ବ୍ୟାଙ୍କ୍‌ ନିଏ କି ନାହିଁ ? ବେଳେବେଳେ ନୋଟ୍‌ ପାଣିରେ ଓଦା ହେବା ପରେ ରଙ୍ଗ ଛାଡ଼ିଥାଏ। ଏପରି କ୍ଷେତ୍ରରେ ବ୍ୟାଙ୍କରେ ସେହି ନୋଟକୁ ବଦାଳାଇ ହେବ କି ନାହିଁ ଏନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠିଥାଏ। ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ, ଓଦା ଓ ରଙ୍ଗ ଛଡ଼ା ନୋଟକୁ ନେଇ କ’ଣ ରହିଛି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ନିୟମ। ଆରବିଆଇ ପକ୍ଷରୁ ଏନେଇ ସୂଚନା ମଧ୍ୟ ପ୍ରଦାନ କରାଯାଇଛି। ବେଳେବେଳେ ବର୍ଷା କିମ୍ବା ଅନ୍ୟ କୌଣସି କାରଣରୁ ନୋଟ୍‌ ଓଦା ହୋଇଯାଏ ଓ ସେଥିରୁ ରଙ୍ଗ ମଧ୍ୟ ଛାଡ଼ିଥାଏ। ଏମିତି ନୋଟକୁ ଦୋକାନୀମାନେ ମଧ୍ୟ ନିଅନ୍ତି ନାହିଁ। କିନ୍ତୁ ଏପରି ନୋଟକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଏହାକୁ ନେଇ ଆପଣ ସହଜରେ ବ୍ୟାଙ୍କରେ ବଦଳାଇ ପାରିବେ।

ଆରଟିଆଇ ଜବାବରେ ଆରବିଆଇ କହିଛି, ରଙ୍ଗ ଛଡ଼ା ନୋଟ ମଧ୍ୟ ଖରାପ ବା ନଷ୍ଟ ହୋଇଥିବା ନୋଟ୍‌ ଶ୍ରେଣୀରେ ଅନ୍ତର୍ଭୁକ୍ତ। ନିୟମାନୁଯାୟୀ ସମସ୍ତ ବ୍ୟାଙ୍କ୍‌ ଏପରି ନୋଟ୍‌କୁ ବଦଳାଇଥାଆନ୍ତି।ଚିରା ଫଟା ନୋଟ୍‌ ବଦଳାଇବା ନିୟମ ବିଷୟରେ କହିବାକୁ ଗଲେ, ନୋଟ୍‌ ବଦଳ ହେବ କି ନାହିଁ ତାହା ନୋଟ୍‌ କେତେ ଚିରିଛି ତାହା ଉପରେ ନିର୍ଭର କରୁଛି। ଏହି ଆଧାରରେ ଅପାଣଙ୍କୁ ଟଙ୍କା ଫେରସ୍ତ କରାଯାଇଥାଏ। ଯଦି ୨ ହଜାର ଟଙ୍କିଆ ନୋଟ୍‌ ଅଛି ଓ ତାହା ୮୮ ବର୍ଗ ସେଣ୍ଟିମିଟରର, ତାହେଲେ ଆପଣଙ୍କୁ ପୁରା ଟଙ୍କା ଦିଆଯିବ।