ଆରମ୍ଭ ହେଲା ପଦମପୁର ଉପନିର୍ବାଚନ ଭୋଟିଂ
ପଦମପୁର: ପଦମପୁର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି । ବିଜେଡି ପ୍ରାର୍ଥୀ ଧାଡିରେ ଆସି ଭୋଟ ଦେଇଛନ୍ତି । ପୂର୍ବରୁ ସେ ତାଙ୍କ ବାପାଙ୍କୁ ଭୋଟ ଦେଉଥିଲେ ଏବେ ସେ ପ୍ରାର୍ଥୀ ହୋଇଥିବାରୁ ଅଲଗା ଅନୁଭବ କରୁଥିବା କହିଥିଲେ । ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା ଏକ ନମ୍ବର ୱାର୍ଡ ର ବୁଥ ନମ୍ବର ୨୧୩ ରେ ମତଦାନ କରିଛନ୍ତି । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନିଜର ଧର୍ମପତ୍ନୀ, ମା ଓ ଦୁଇ ପୁତୁରାଙ୍କ ସହ ଲମ୍ବା ଧାଡ଼ିରେ ଠିଆ ହୋଇଥିବାର ଦେଖିବାକୁ ମିଳିଥିଲା। ଏହାପରେ ସେ ୧୨୮ ନଂ ବୁଥରେ ଭୋଟ ଦେଇଥିଲେ। ପଦ୍ମପୁରବାସୀଙ୍କ ଭିତରେ ବି ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଛି। ଭୋଟ ଦେବା ପରେ ସେ ଖୁବ୍ ଉତ୍ସାହିତ ଥିବା କହିଛନ୍ତି।ଆଜି ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବାର ବ୍ୟବସ୍ଥା ରହିଛି । ୩୧୯ଟି ବୁଥରେ ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ମତାଧିକାର ସାବ୍ୟସ୍ତ କରୁଛନ୍ତି । ପ୍ରତ୍ୟେକ ବୁଥ ପାଇଁ ୪ ଜଣ ଲେଖାଏଁ ପୋଲିଂ ଅଧିକାରୀଙ୍କୁ ମିଶାଇ ନିର୍ବାଚନମଣ୍ଡଳୀରେ ମୋଟ୍ ୧୨୭୬ ଜଣ ପୋଲିଂ କର୍ମଚାରୀ ନିୟୋଜିତ ଅଛନ୍ତି । ବରିଷ୍ଠ ନାଗରିକ, ଦିବ୍ୟାଙ୍ଗଙ୍କ ପାଇଁ ୧୫ଟି ମଡେଲ ବୁଥରେ ରାମ୍ପ, ଅସ୍ଥାୟୀ ସେଡ୍, ପିଇବା ପାଣି ବ୍ୟବସ୍ଥା କରାଯାଇଛି । ୬ଟି ପିଙ୍କ୍ ବୁଥରେ କେବଳ ମହିଳା ପୋଲିଂ କର୍ମଚାରୀ ରହିଛନ୍ତି । ନିର୍ବାଚନମଣ୍ଡଳୀରେ ୭୯ଟି ଅତି ସମ୍ବେଦନଶୀଳ ବୁଥ , ୧୨୦ଟି ସମ୍ବେଦନଶୀଳ ବୁଥରେ ହୋଇଛି ଓ୍ବେବକାଷ୍ଟିଂ ଓ ୬୬ଟି ବୁଥରେ ସିସିଟିଭି କ୍ୟାମେରା ବ୍ୟବସ୍ଥା । ୯୧ ଜଣ କେନ୍ଦ୍ରୀୟ ମାଇକ୍ରୋ ଅବଜର୍ଭର୍ ନିୟୋଜିତ ହୋଇଛନ୍ତି ।
ବରଗଡ଼ ଜିଲ୍ଲା ମାଓବାଦୀ ପ୍ରବଣ ହୋଇଥିବାରୁ ୧୪୧୩ ପୋଲିସ ଅଧିକାରୀଙ୍କ ସମେତ ୯ କମ୍ପାନୀ ସଶସ୍ତ୍ର କେନ୍ଦ୍ରୀୟ ପୋଲିସ ବାହିନୀ ମୁତୟନ କରାଯାଇଛି । ୭୪ଟି ନକ୍ସଲ ପ୍ରବଣ ବୁଥରେ ୧୫ଟି ଆଣ୍ଟି ନକ୍ସଲ ସ୍କ୍ବାଡ ରହିଛନ୍ତି । ୧୧୨ଟି ବୁଥରେ ସ୍ବତନ୍ତ୍ର ସଶସ୍ତ୍ର ବାହିନୀ ମୁତୟନ ଅଛନ୍ତି ।