ଆଜି ଦକ୍ଷିଣ ମୋଡ ହେବ ରଥ

ମେଟ୍ରୋ ଟିଭି ଓଡିଶା (୬.୭.୨୦୨୨)

ସରି ଆସୁଛି ମହାପ୍ରଭୁଙ୍କ ନବଦିନାତ୍ମକ ଗୁଣ୍ଡିଚା ମନ୍ଦିରରେ ଲୀଳାଖେଳା। ଶନିବାର ବାହୁଡାଯାତ୍ରା ।ସିଂହଦ୍ବାରକୁ ଗଡ଼ିବ ତିନି ରଥ । ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଆଜି ତିନି ରଥ ହେବ ଦକ୍ଷିଣ ମୋଡ଼ ।

ଗୁଣ୍ଡିଚା ମନ୍ଦିରରେ ଦ୍ବିପହରର ଧୂପ ପରେ ରଥ ଦକ୍ଷିଣମୋଡ଼ ନିମନ୍ତେ ମହାପ୍ରଭୁଙ୍କ ଆଜ୍ଞା ମାଳ ଗୁଣ୍ଡିଚା ମନ୍ଦିର ମୁଖ୍ୟ ଦ୍ବାର ରଥ ଚକଡାକୁ ବିଜେ କରିବେ । ଘଣ୍ଟା କାହାଳୀ ବାଜେଣି ସହ ତିନି ରଥକୁ ଦକ୍ଷିଣ ମୋଡ଼ କରାଯିବ । ତିନି ରଥ ନାକଚଣା ଦ୍ବାର ସାମ୍ନା ଶରଧାବାଲିରେ ବାହୁଡା ଯାତ୍ରା ନିମନ୍ତେ ମହାପ୍ରଭୁଙ୍କ ଆଗମନକୁ ଅପେକ୍ଷା କରିବେ । ମଙ୍ଗଳବାର ତାଳଧ୍ବଜ ଓ ଦେବୀ ରଥର ମରାମତି ସରିଛି । ପ୍ରଥା ଓ ପରମ୍ପରା ଅନୁଯାୟୀ ହେରା ପଞ୍ଚମୀ ପର ଦିନ ଅର୍ଥାତ ଆଜି ତିନି ରଥର ଦକ୍ଷିଣମୋଡ କରାଯାଇଥାଏ |