ରାଜ୍ୟରେ ଭୋଟର ଜାଲିଆତିର ବଡ଼ ଖୁଲାସା କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ,ବାଦ୍ ପଡ଼ିଲେ ୭ ଲକ୍ଷ ୬୮ ହଜାର ୫୨୧ ଜଣ ଭୋଟର

ବିଧାନସଭାରୁ ଆସିଲା ସାଂଘାତିକ ତଥ୍ୟ। ଭୋଟର ଜାଲିଆତିରେ ବଡ଼ ଖୁଲାସା କରିଛନ୍ତି ନିର୍ବାଚନ ଅଧିକାରୀ । ରାଜ୍ୟରେ ଭୋଟର ତାଲିକା ସଂଶୋଧନରେ ବାଦ୍ ପଡ଼ିଲେ ୭ ଲକ୍ଷ ୬୮ ହଜାର ୫୨୧ ଜଣ ଭୋଟର ବୋଲି ଗୃହରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଭୋଟର ତାଲିକା ସଂପର୍କୀତ ପ୍ରଶ୍ନ ବିଧାନସଭାରେ ପଚାରିଥିଲେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଯାହାର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଭୋଟର ଜାଲିଆତିର ବଡ଼ ଖୁଲାସା କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ଏକାଧିକ ସ୍ଥାନରେ ଭୋଟ ପରିଚୟ ପତ୍ରରେ ରଖିଥିଲେ ଏକ ଲକ୍ଷ ୫୫ ହଜାର ୩୧୮ ବ୍ୟକ୍ତି । ସଂଶୋଧନ ପ୍ରକ୍ରିୟାରୁ ବାଦ୍ ଦିଆଯାଇ ନୂଆ ଭୋଟର ତାଲିକାକୁ ସ୍ୱଚ୍ଛ କରାଯାଇଛି । ଗତ ବର୍ଷ ୬ତାରିଖରୁ ଚଳିତ ବର୍ଷ ମାର୍ଚ୍ଚ ୨୨ ତାରିଖ ମଧ୍ୟରେ ରାଜ୍ୟରେ ମୃତ୍ୟୁଜନିତ କାରଣରୁ ୨ ଲକ୍ଷ ୩ ହଜାର ୩୯୬ ଭୋଟର, ସ୍ଥାନାନ୍ତର ଲାଗି ୪ ଲକ୍ଷ ୦୮ ହଜାର ୧୩୨ ଭୋଟର ଏବଂ ଅନ୍ୟାନ୍ୟ କାରଣ ପାଇଁ ୨ ହଜାର ୬୪୬ ଭୋଟର ବାଦ୍ ପଡ଼ିଛନ୍ତି ।

ସେହିପରି ଏହି ସମୟ ମଧ୍ୟରେ ନୂତନ ଭାବେ ଭୋଟର ତାଲିକାରେ ସଂଯୋଗ କରିବା ପାଇଁ ମୋଟ ୫,୬୭,୦୩୪ ଜଣ ଆବେଦନ କରିଛନ୍ତି । ସର୍ବାଧିକ ବାଦ ପଡିଥିବା ଜିଲ୍ଲା ହେଉଛି ସୁନ୍ଦରଗଡ଼। ସୁନ୍ଦରରଗଡ଼ ଜିଲ୍ଲାରେ ୧ ଲକ୍ଷ ୪୪ ହଜାର ୭୨୬, କଟକରେ ୭୪ ହଜାର ୮୮୧, ଗଞ୍ଜାମ ଜିଲ୍ଲାରେ ୪୭ ହଜାର ୯୮୯, ଅନୁଗୁଳରେ ୩୭ ହଜାର ୯୨୭, ପୁରୀ ଜିଲ୍ଲାରେ ୩୬ ହଜାର ୬୭୯ ଜଣ ବାଦ ପଡ଼ିଛନ୍ତି।

Leave a comment