ଶ୍ରୀ ଶ୍ରୀ ନିଳକଣ୍ଣେଶ୍ୱର ଦେବଙ୍କ ନିକଟରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ
ନିରାକାରପୁର ଅଂଚଳର ପ୍ରତିଷ୍ଠିତ ଶ୍ରୀ ଶ୍ରୀ ବାବା ନିକଣ୍ଠେଶ୍ୱର ଦେବଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ୪ଦିନ ହେବ ଅନୁଷ୍ଠିତ ହୋଇ ଆଜି ପୂର୍ଣ୍ଣାହୁତି ହୋଇଯାଇଛି।ଆଜି ପୂର୍ଣ୍ଣାହୁତି ଦିବସରେ ନିରାକାରପୁର ଶ୍ରୀ ଶ୍ରୀ ନିଳକଣ୍ଠେଶ୍ୱର ଦେବଙ୍କ ପୀଠରେ ବ୍ରାହ୍ମଣ ପଣ୍ଡିତ ମାନଙ୍କ ଦ୍ୱାରା ମନ୍ତ୍ରପାଠ ସହିତ ରୀତିନୀତି ଅନୁସାରେ ସମସ୍ତ କାର୍ଯ୍ୟ ସମାପନ ହୋଇଥିଲା।ପ୍ରତ୍ୟେକ ଦିନ ଭକ୍ତ ଶ୍ଳଦ୍ଧାଳୁ ମାନେ ବାବା ନିଳକଣ୍ଣେଶ୍ୱର ଦେବଙ୍କ ଦର୍ଶନ କରି ମାନସିକ ପୂରଣ କରିଥାନ୍ତି।ପୂର୍ଣ୍ଣାହୁତି ଦିବସରେ ଖୋର୍ଦ୍ଧା ର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ ପହଞ୍ଚି ବାବା ନିଳକଣ୍ଣେଶ୍ୱର ଦେବଙ୍କ ଆର୍ଶ୍ରିବାଦ ଭିକ୍ଷା କରିଛନ୍ତି।ରାତି ୮ଘଣ୍ଟିକା ସମୟରେ ସମସ୍ତ ଭକ୍ତ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିଲେ।