ଭୁବନେଶ୍ବରରେ ଆତଙ୍କରାଜ

ଭୁବନେଶ୍ବର:   ରାଜଧାନୀରେ ଅପରାଧିଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ଲୁଟେରାମାନେ ସ୍ପଷ୍ଟ ଦିବାଲୋକରେ ମହିଳାଙ୍କଠୁ ଚେନ ଝାମ୍ପି ନେଉଛନ୍ତି ତ ଅପରାଧିମାନେ ଦୋକାନୀମାନଙ୍କ ଉପରେ ଉତ୍ପାତ ବଢ଼ାଇଚାଲିଛନ୍ତି। ଅପରାଧୀଙ୍କ ପାଇଁ ରାଜଧାନୀରେ ଏଠି ସମସ୍ତେ ଆତଙ୍କିତ ।  ସକାଳ ହେଉ କି ସଂଧ୍ୟା ଲୋକେ ଅପରାଧିଙ୍କୁ ଡରୁଛନ୍ତି । ଅପରାଧି କିନ୍ତୁ ପୋଲିସକୁ ଭୟ କରୁନାହାଁନ୍ତି ।  କେଉଁଠି ଛୁରି, ଭୁଜାଲି ଦେଖାଇ ଗୁଳି ଫୁଟାଇ ଲୁଟ୍‌ କରୁଛନ୍ତି। କେବଳ ଲୁଟେରା ନୁହଁନ୍ତି, ଅପରାଧ ଜଗତରେ ନୂଆ କରି ପାଦ ରଖୁଥିବା ଯୁବକ ହାତରେ  ବନ୍ଧୁକ ଧରି ବୁଲୁଛନ୍ତି। ଭୁବନେଶ୍ବରରେ ପ୍ରତିଦିନ ଲୁଟ ରାହଜାନି ଘଟଣା ବୃଦ୍ଧି ପାଉଥିବା ବେଳେ ଛୋଟ ଛୋଟ କଥାରେ ବି ଗର୍ଜୁଛି ବନ୍ଧୁକ। ଯାଉଛି ଜୀବନ । ସବୁଠୁ ବଡ଼ କଥା ହେଲା  ଲୁଚାଛପାରେ କି ଗଳିକନ୍ଦିରେ ନୁହେଁ, ଜନଗହଳିପୂର୍ଣ୍ଣ ସ୍ଥାନରେ ଅଧିକ ଲୁଟ ହେଉଛି । ଅପରାଧ ଜଗତର ନବା‌ଗତମାନେ ଏବେ ସ୍ଥାନ, କାଳ, ପାତ୍ର କିଛି ଦେଖୁ ନାହାନ୍ତି। ପତିଆରା ଦେଖାଇବା ପାଇଁ ଯେଉଁଠି ବି ହେଉନା କାହିଁକି ଅପରାଧ କରିବାକୁ ପଛାଉନାହାଁନ୍ତି । କିନ୍ତୁ ପୋଲିସ ଅପରାଧୀଙ୍କୁ ସାବାଡ କରିପାରୁନାହିଁ ।

ଗତ ରାତିରେ ନୟାପଲ୍ଲୀରେ ଏପରି ଅପରାଧୀମାନେ ଆତଙ୍କରାଜ ଖେଳାଇଛନ୍ତି । ଶତାଧିକ  ଗୁଣ୍ଡା ଆସି  ନୟାପଲ୍ଲୀ ଏନଏଚ ପାର୍ଶ୍ବରେ ଥିବା ତିନିଟି ଦୋକାନରେ ବୁଲଡୋଜର ଲଗାଇ ଭାଙ୍ଗି ଦେଇଛନ୍ତି । ଦୋକାନିମାନେ କହିଛନ୍ତି ଗୁଣ୍ଡାମାନେ ଏପରି ଭୟଭୀତ କରାଇ ରାତି ଅଧରେ ଦୋକାନ ଭାଙ୍ଗିଛନ୍ତି  । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ବେଲେ ପୋଲିସ କିନ୍ତୁ କିଛି ଜାଣିପାରିନଥିଲା । ଗୁଣ୍ଡାମାନେ ଦଳବଳ ନେଇ ଦୋକାନ ଭାଙ୍ଗିଥିଲେ । ଏସବୁ ଘଟଣା ଘଟିବା ପରେ  ପରିତାପର କଥା, ପୁଲିସ କଣ କରୁଛି ତାହାକୁ ନେଇ ବୁଦ୍ଧିଜୀବୀମାନେ ପ୍ରଶ୍ନ କରୁଛନ୍ତି ।  ଅପରାଧୀମାନଙ୍କୁ ଘଟଣାସ୍ଥଳରୁ ଧରିବାରେ ପୋଲିସ ସଫଳ ହୋଇପାରୁନାହିଁ । ଏନଏଚ ପାର୍ଶ୍ବରେ ଏପରି ଗୁଣ୍ଡାମାନେ ଉତ୍ପାତ କରୁଥିବା ବେଳେ ତିନିଟି ପରିବାର ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି । ଜନସାଧାରଣ ଭୟଭୀତ ଅବସ୍ଥାରେ ଥିବା ବେଳେ ଏମାନଙ୍କୁ କିଏ ନ୍ୟାୟ ଦେବ ତାହା ବଡ଼ ପ୍ରଶ୍ନବାଚୀ ।

YouTube player