ପୁରୀରେ ଜୁଆ ଖେଳକୁ ନେଇ ବୁଲିଲା ଖଣ୍ଡା, ବୋହିଲା ରକ୍ତ

ପୁରୀ: ପୁରୀରେ ପୁଣି ବୁଲିଛି ଖଣ୍ଡା ବୋହିଛି ରକ୍ତ  ।  ଜୁଆ ଖେଳକୁ ନେଇ ଗଣ୍ଡଗୋଳ ରେ ଫାଟିଛି ମୁଣ୍ଡ । ପୁରୀ ମାର୍କେଟ ଛକ ନିକଟରେ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଛି। ଠେଙ୍ଗାବାଡ଼ି ଓ କାଚ ବୋତଲ ଆକ୍ରମଣରେ ୩ ଜଣ ଆହତ ହୋଇ  ୨ ଗୁରୁତର କଟକ ଏସସିବି ସ୍ଥାନାନ୍ତର ହୋଇଥିବାବେଳେ ଜଣେ ଆହତ ପୁରୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ୧୦ରୁ ୧୫ ଜଣ ସନ୍ଦିଗ୍ଧ ଯୁବକ ବିଭିନ୍ନ ମାରଣାସ୍ତ୍ର ଓ କାଚ ବୋତଲରେ ଆକ୍ରମଣ କରିଛନ୍ତି ।  ଘଟଣାକୁ ନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । କିଛି ଲୋକ ଚା’ ପିଉଥିବା ବେଳେ ହଠାତ୍ ୧୮ ଜଣ ଯୁବକ ମୋଟର ସାଇକେଲରେ ଆସି ସେମାନଙ୍କୁ ଖଣ୍ଡାରେ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ସେହି ତିନିଜଣ ଗୁରୁତର ହୋଇଥିଲେ। ୩ ଗୁରୁତରଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେମାନଙ୍କ ଭିତରୁ ୨ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଉଭୟଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।