ସୁରକ୍ଷିତ ନଥିବା କୌଣସି ଡିଜିଟାଲ୍ ବ୍ୟବସ୍ଥା ଲୋକଙ୍କ ବିଶ୍ୱାସ ଜିତିପାରିବ ନାହିଁ-RBI ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା

ସୁରକ୍ଷିତ ନଥିବା କୌଣସି ଡିଜିଟାଲ୍ ବ୍ୟବସ୍ଥା ଲୋକଙ୍କ ବିଶ୍ୱାସ ଜିତିପାରିବ ନାହିଁ। ଜଟଣୀରେ RBI ଡାଟା ସେଣ୍ଟର ଓ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଉଦ୍ ଘାଟନ ଅବସରରେ ଏହା କହିଛନ୍ତି RBI ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା। ବ୍ୟାଙ୍କିଙ୍ଗ୍ ଅଭିଯୋଗ ପାଇଁ ଇଣ୍ଟିଗ୍ରେଟେଡ୍ ଓମ୍ବଡ୍ସମ୍ୟାନ୍ ପୋର୍ଟାଲ୍ ଓ ଦାବିବିହୀନ ଜମାରାଶି ଖୋଜିବା ପାଇଁ UDGAM ପୋର୍ଟାଲ୍ କାର୍ଯ୍ୟ କରୁଛି। UPI ଡିଜିଟାଲ୍ କାରବାରକୁ ସହଜ କରିଛି। ଏହାସହ ଡିଜିଟାଲ୍ ରୁପି ଓ AI ବ୍ୟବହାରକୁ RBI ପ୍ରୋତ୍ସାହନ ଦେଉଛି। ସାଇବର ଆକ୍ରମଣ, ଡିଜିଟାଲ୍ ଠକେଇ ଓ ତଥ୍ୟ ଚୋରି ରୋକିବା ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଥିବା RBI ଗଭର୍ଣ୍ଣର ସୂଚନା ଦେଇଛନ୍ତି।

Leave a comment