ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା । ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦ୍ଘାଟନ କରିବେ । ବାଲିଯାତ୍ରାକୁ ଏଥର ଆକର୍ଷଣୀୟ କରିବା ପାଇଁ ଶ୍ରେୟା ଘୋଷାଲ ଓ ହର୍ଷଦୀପ କୌର ସଂଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ‘କଟକ ଇନ୍ କଟକ’ରେ ଓଡ଼ିଆ ଭାଷା, ସାହିତ୍ୟ ଥିମ୍ରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏଥର ପାଖାପଖି ୧୬୦୦ ଷ୍ଟଲ୍ ପଡ଼ିଛି । ଅନ୍ୟପକ୍ଷରେ ଭିଡ଼ ନିୟନ୍ତ୍ରଣ ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ୫୦ ପ୍ଲାଟୁନ୍ ଫୋର୍ସ ଓ ୩୦୦ରୁ ଅଧିକ ଅଫିସର ମୁତୟନ ହେବେ । ବାଲିଯାତ୍ରାରେ ବିଶ୍ବ ରେକର୍ଡ କରିବା ପାଇଁ ପ୍ରଶାସନ ୩ଟି ପଦକ୍ଷେପ ନେଇଛି । ଶାଳପତ୍ରରେ ୧୦ହଜାର ଗ୍ରିନ୍ ବୋଟ୍ ତିଆରି କରାଯିବ । ‘କଟକ ଇନ୍ କଟକ’ ଭିତରେ ୧ଲକ୍ଷ ବହି ସଂଗ୍ରହ କରି ମାଗଣାରେ ବଣ୍ଟାଯିବ । ବାଲିଯାତ୍ରାକୁ ଆସୁଥିବା ଲୋକମାନଙ୍କର ମତାମତକୁ ସଂଗ୍ରହ କରିବା ପାଇଁ ଷ୍ଟିକିଂ ନୋଟ୍ସ ବୋର୍ଡରେ ଲଗାଯିବାକୁ ପ୍ରଶାସନ ବ୍ୟବସ୍ଥା କରିଛି । ସେହିପରି ବାଲିଯାତ୍ରାକୁ ୟୁନେସ୍କୋ ଐତିହ୍ୟ ମେଳାର ମାନ୍ୟତା ଦେବା ପାଇଁ ଏଥର ଇଣ୍ଡୋନେସିଆ ଓ କୋରିଆରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ଟିମ୍ ଆସୁଛି ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post