ଆଜି ପବିତ୍ର ସାବିତ୍ରୀ । ଉପବାସ ରଖି ସ୍ବାମୀଙ୍କ ଦୀର୍ଘାୟୁ କାମନା କରୁଛନ୍ତି ସଧବା ନାରୀ । ମନ୍ଦିରରେ ପୂଜାର୍ଚ୍ଚନା ସହ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଥାନ୍ତି ସଧବା ନାରୀ । ଯାହାକୁ ନେଇ ଚଳଚଞ୍ଚଳ ରହିଛି ସାରା ରାଜ୍ୟ । ବିଭିନ୍ନ ଜିଲ୍ଲାରେ ଦେବାଦେବୀଙ୍କ ପୀଠରେ ସଧବା ମହିଳାଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।
ବିଶେଷ କରି ରାଜ୍ୟ ପ୍ରସିଦ୍ଧ ମା’ଙ୍କ ପୀଠ ଗୁଡିକରେ ପ୍ରବଳ ଭିଡ ହୋଇଥିଲା । ନୂଆ ଶାଢୀ ପିନ୍ଧି ଫଳ, ମୂଳ, ଶଙ୍ଖା, ସିନ୍ଦୂର ସାଙ୍ଗରେ ନେଇ ସ୍ୱାମୀର ମଙ୍ଗଳ କାମନା କରନ୍ତି ମହିଳାମାନେ ।
ଓଡ଼ିଶାର ହିନ୍ଦୁ ପର୍ବପର୍ବାଣି ମଧ୍ୟରେ ସାବିତ୍ରୀ ଅମାବାସ୍ୟା ଏକ ଅନ୍ୟତମ ପର୍ବ । ଏହିଦିନ ନାରୀ ମାନେ ପାକ ଜିନିଷ ନଖାଇ କେବଳ ବିଭିନ୍ନ ଫଳ ମୂଳ ଖାଇ ଦିନ ତମାମ ରହିଥାନ୍ତି ।