ଆନ୍ଦୋଳନରୁ ଓହରିଲା ୟୁନାଇଟେଡ ଟ୍ରକ୍ ଓନର ଆସୋସିଏସନ୍

ଆନ୍ଦୋଳନରୁ ଓହରିଲା ୟୁନାଇଟେଡ ଟ୍ରକ୍ ଓନର ଆସୋସିଏସନ୍ କୋଡିନେସନ୍ କମିଟି। ଗୁରୁବାର ତୃତୀୟ ଥର  ପାଇଁ  ପରିବହନ ମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚୋନ ପରେ ଆନ୍ଦୋଳନକୁ ପ୍ରତ୍ୟାହାର କରିଛି ସଂଘ । ଆଜିଠାରୁ ସ୍ଵାଭାବିକ ହେବ ଟ୍ରକ୍ ଚଳାଚଳ। ଗତ  ନଭେମ୍ବର 10 ତାରିଖରୁ  11 ଦଫା ଦାବି ନେଇ 13 ଜିଲ୍ଲାର ଲଘୁ ଖଣିଜ ପଦାର୍ଥ ବା ବାଲି ପରିବହନ କରୁଥିବା ଟ୍ରକ୍ ସଂଘ ଆନ୍ଦୋଳନ ଜାରି ରଖିଥିଲେ ।