ଆଜି ଆସିବ ମୋହନ ସରକାରଙ୍କ ଦ୍ବିତୀୟ ବଜେଟ୍

ମୋହନ ସରକାରଙ୍କ ଦ୍ବିତୀୟ ବଜେଟ୍ ଉପରେ ସମ୍ପୂର୍ଣ ରାଜ୍ୟର ନଜର

ଆଜି ବିଧାନସଭାରେ ଉପସ୍ଥାପିତ ହେବ ମୋହନ ସରକାରଙ୍କ ଦ୍ବିତୀୟ ବଜେଟ୍ । କଣ ଆସିବ ନୂଆ ଯୋଜନା। ପୂର୍ବ ଫ୍ଲାଗସିପ୍ ଯୋଜନାକୁ କେତେ ଅର୍ଥ ମିଳିବ । ଏ ଆକଳନ ଆରମ୍ଭ ହୋଇଛି । ସେପଟେ ଅର୍ଥନୀତି ସର୍ଭେ ରିପୋର୍ଟରେ, ୨୦୨୩-୨୪ ତୁଳନାରେ ୨୦୨୪-୨୫ରେ କମିଛି ରାଜ୍ୟର ଜିଡିପି ଓ ଶିଳ୍ପ ଅଭିବୃଦ୍ଧି । ଏଭଳି ସ୍ଥିତିରେ କେଉଁ ଦିଗକୁ ଗୁରୁତ୍ବ ଦେବେ ମୋହନ ସରକାର। ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ, ସାମଜିକ ସୁରକ୍ଷା ସହ ଭିତ୍ତିଭୂମିକୁ ନେଇ ବଜେଟରେ କଣ ବ୍ୟବସ୍ଥା ରହିବ । ତା ଉପରେ ସମସ୍ତଙ୍କ ନଜର । ଏଥର ବଜେଟର ଆକର ୨ ଲକ୍ଷ ୬୫ ହଜାରରୁ ୨ ଲକ୍ଷ ୯୦ ହଜାର କୋଟି ଟଙ୍କା ଭିତରେ ରହିପାରେ ।

ଗତ ବଜେଟରେ ସୁଭଦ୍ରା, ସମୃଦ୍ଧ କୃଷି ଯୋଜନା, ମାଧୋ ସିଂ ହାତ ଖର୍ଚ୍ଚ ଭଳି ନୂଆ ଯୋଜନା ହୋଇଥିଲେ। ସୁଭଦ୍ରା ଯୋଜନ ପାଇଁ ୧୦ ହଜାର କୋଟି ଟଙ୍କା , ସମୃଦ୍ଧ କୃଷି ଯୋଜନ ପାଇଁ ୫ ହଜାର କୋଟି ଟଙ୍କା ଓ ମାଧୋ ସିଂ ହାତ ଖର୍ଚ୍ଚ ପାଇଁ ୧୫୬ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା। ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ଆବଣ୍ଟିତ ହୋଇଥିଲା ୫ ହଜାର ୪୫୦ କୋଟି ଟଙ୍କା ।