ଦୁର୍ନୀତିଖୋର ଅଧିକାରୀଙ୍କୁ କୌଣସି ସୁରକ୍ଷା ଦେବେନାହିଁ ସରକାର
ଦୁର୍ନୀତିଖୋର ଅଧିକାରୀଙ୍କୁ କଠୋର ଦଣ୍ଡ ମିଳିବ । କାହାକୁ ଛଡାଯିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯେଉଁମାନେ ଦୁର୍ନୀତି କରୁଛନ୍ତି ତାକୁ ପ୍ରଶୟ ଦେବନାହିଁ ସରକାର। ଦୁର୍ନୀତି ନିବାରଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଓଡ଼ିଶା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ଏହା ଟ୍ରେଲର, ଆଗକୁ ଫିଲ୍ମ ଅଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଭିଜିଲାନ୍ସ ବିଭାଗ ୪ ମାସରେ ଅନେକ କାମ କରିଛି। ୬ ଜଣ ଚିଫ ଇଞ୍ଜିନିୟର ଜେଲରେ ଅଛନ୍ତି। ଅନେକ କ୍ଲାସ ୧ ଅଫିସର ଜେଲରେ ଅଛନ୍ତି। ଓଡ଼ିଶା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମରେ ମୋହନ ଚରଣ ମାଝୀ କହିଛନ୍ତି, ରାଜ୍ୟରେ ଭିଜିଲାନ୍ସ ଫରେନ୍ସିକ ବିଜ୍ଞାନ ଅନୁଷ୍ଠାନ ପ୍ରତିଷ୍ଠା ହେବ। ଏହାଛଡ଼ା ଭିଜିଲାନ୍ସ ବିଭାଗରେ ୮ଜଣ ଏସପି, ୮ ଜଣ ଅତିରିକ୍ତ ଏସପି, ୨୪ ଜଣ ଡିଏସପି ଓ ୧୬ ଜଣ ଏସଆଇ ନିୟୋଜିତ ହେବେ। ତଦନ୍ତରେ ସହଯୋଗ ଲାଗି ୨୪ ଜଣ ସାଇବର ଏକ୍ସପର୍ଟ, ଚାଟାର୍ଡ ଆକାଉଣ୍ଟାଣ୍ଟ ଓ ବ୍ୟାଙ୍କ ଏକ୍ସପର୍ଟ ନିୟୋଜିତ ହେବେ । ୧୩୫ ମୋଟର ସାଇକେଲ, ୧୬୦ ଲ୍ୟାପଟପ ବି ଯୋଗାଇ ଦିଆଯିବ।