କଲେଜ ପରିଚାଳନା କମିଟି ଭାଙ୍ଗିଲେ ସରକାର
ରାଜ୍ୟ ସରକାର ସମସ୍ତ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜର ଗଭର୍ନିଂ ବଡି ବା ପରିଚାଳନା କମିଟିକୁ ଭାଙ୍ଗି ଦେଇଛନ୍ତି। ଏନେଇ ବିଜ୍ଞପ୍ତି ଜାରି କରିବା ସହ ତତ୍କ୍ଷଣାତ ଏହାକୁ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏବେଠାରୁ ଜିଲା ମୁଖ୍ୟାଳୟରେ ଥିବା କଲେଜର ଗଭର୍ନିଂ ବଡି ଅଧ୍ୟକ୍ଷ ଭାବେ ଅତିରିକ୍ତ ଜିଲାପାଳ କାର୍ଯ୍ୟ କରିବେ। ସେହିଭଳି ଜିଲା ସଦର ମହକୁମା ବାହାରେ ଥିବା କଲେଜଗୁଡ଼ିକରେ ଉପଜିଲାପାଳ ପରିଚାଳନା କମିଟିର ଅଧ୍ୟକ୍ଷ ରହିବେ। ତେବେ ସ୍ବୟଂଶାସିତ ମହାବିଦ୍ୟାଳୟ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ଦ୍ୱାରା ଗଠନ ହୋଇଥିବା କଲେଜଗୁଡ଼ିକୁ ଏଥିରୁ ବାଦ ଦିଆଯାଇଛି।