ଦୋକାନ ଭିତରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
ବ୍ରହ୍ମପୁର: ରାକ୍ଷୀ ପର୍ଣ୍ଣିମାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି |ଲଙ୍ଗଳେଶ୍ୱର ଗ୍ରାମରେ ଥିବା ଏକ ଦୋକାନ ଭିତରୁ ସ୍ୱାମୀ ସ୍ତ୍ରୀଙ୍କ ମୃତଦେହ ଠାବ ହୋଇଛି। ଗଞ୍ଜାମ ୧୬ ନମ୍ବର ଜାତୀୟ ରାଜପଥ ଲଙ୍ଗଳେଶ୍ୱର କଳାଝରନଇ ନିକଟରେ ଏଭଳି ଅଘଟଣା ସାମ୍ନାକୁ ଆସିଛି । ଝୁଲନ୍ତା ଅବସ୍ଥାରେ ସ୍ତ୍ରୀର ମୃତଦେହ ରହିଥିବାବେଳେ ସ୍ୱାମୀର ମୃତଦେହ ତଳେ ପଡ଼ି ରହିଥିବା ଦେଖିବାକୁ ମିଳିଛି। ତେବେ ଏହା ହତ୍ୟା କି ଆତ୍ମହତ୍ୟା ତାହା ଜଣାପଡ଼ିନି | ମୃତ୍ୟୁ ର କାରଣ ବି ଅସ୍ପଷ୍ଟ ରହିଛି। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି କରିଛି।