ଉତ୍କର୍ଷ ଓଡ଼ିଶା କନକ୍ଲେବରେ ଯୋଗଦେବାକୁ ଶିଳ୍ପପତି ଓ ନିବେଶକଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ଫିକି ଇଣ୍ଡିଆ ସହଯୋଗରେ ଆୟୋଜିତ ବୈଠକରେ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ଭିତ୍ତିଭୂମି, ନିବେଶ ସୁଯୋଗକୁ ନେଇ ଆଲୋଚନା ହୋଇଛି । ରାଜ୍ୟରେ ମୁଖ୍ୟତଃ ରିନ୍ୟୁୟବୁଲ ଏନର୍ଜୀ, ପୋଟ୍ରୋକେମିକାଲ୍ସ , ମିନେରାଲ ଏବଂ ଟେକ୍ନୋଲୋଜି ଶିଳ୍ପ ପ୍ରତିଷ୍ଠା ପାଇଁ ଦୃଢ ଭିତ୍ତିଭୂମି ରହିଥିବାରୁ ନିବେଶକ ଏହାର ସୁଯୋଗ  ନେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଖୋର୍ଦ୍ଧାରେ ପେଟ ରିସାଇକ୍ଲିଂ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀ ଇଣ୍ଡୋରାମା ଏକଜିକ୍ୟୁଟିଭ ଡିରେକ୍ଟର ୟାସ ଲୋହିଆଙ୍କ ସହ ଆଲୋଚନା କରିଛନ୍ତି । ଏହି ଶିଳ୍ପ ପ୍ରତିଷ୍ଠା ପାଇଁ କମ୍ପାନୀ 350 କୋଟି ଟଙ୍କା ନିବେଶ କରିବାକୁ ଲକ୍ଷ୍ୟ ରଖିଛି । ଏହାସହ ଓଡ଼ିଶାରେ ଇନଫ୍ରାଷ୍ଟ୍ରକଚର ପ୍ରୋଜେକ୍ଟ ପ୍ରତିଷ୍ଠା ପାଇଁ ଇଣ୍ଡିଆ ପ୍ରାଇଭେଟ ଫଣ୍ଡସ, କ୍ୟାପିଟାଲ ଲ୍ୟାଣ୍ଡ ଇନଭେଷ୍ଟମେଣ୍ଟ ମୁଖ୍ୟ ହାର୍ଦ୍ଦିକ ଗୋସୋଟାଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ସିଏମ ।

ଆସନ୍ତାବର୍ଷ ଜାନୁଆରୀ 28 ଓ 29ରେ ଭୁବନେଶ୍ବରରେ ଆୟୋଜିତ ହେବାକୁ ଯାଉଥିବା ଉତ୍କର୍ଷ ଓଡ଼ିଶା କନକ୍ଲେବରେ ଯୋଗଦେବାକୁ ଶିଳ୍ପପତି, ଉଦ୍ୟୋଗୀ ଓ ନିବେଶକଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।