ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ବିଡ଼ାନାସୀଠାରେ ପତାକା ଉତ୍ତୋଳନ କରିଛନ୍ତି

ରବିବାର ସାରା ରାଜ୍ୟରେ ପାଳନ ହେଉଛି ୭୬ତମ ସାଧାରଣତନ୍ତ୍ର ଦିବସ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ବିଡ଼ାନାସୀଠାରେ ପତାକା ଉତ୍ତୋଳନ କରିଛନ୍ତି। ଦେଶର ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ମହାନ ସଂଗ୍ରାମୀ ଏବଂ ଯବାନଙ୍କ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି  । ଏହି ପବିତ୍ର ଦିନରେ ବିକଶିତ ଭାରତ, ବିକଶିତ ଓଡ଼ିଶା ନିର୍ମାଣ ପାଇଁ ସମସ୍ତେ ଶପଥ ନେବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ  । ସାଧାରଣତନ୍ତ୍ର ଦିବସ ପାଇଁ ରାଜ୍ୟବ୍ୟାପି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସବୁ ପୋଲିସ ଅଧୀକ୍ଷକଙ୍କୁ ଆଲର୍ଟ କରାଯାଇଛି । ଏଥିସହ ଆଖପାଖ ଅଂଚଳ ସିସିଟିଭି ନିୟନ୍ତ୍ରଣରେ ରହିଛି। ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯାଇଛି ବୋଲି ଆଇନ ଶୃଙ୍ଖଳା ଏଡିଜି ସୂଚନା ଦେଇଛନ୍ତି ।

ତେବେ ଚଳିତ ଥର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ଼ର ନେତୃତ୍ୱ ନେଇଛନ୍ତି ଯୁବ ଆଇପିଏସ୍‌ ଭୋସଲେ ଶୁଭମ ସଞ୍ଜୟ। ସେ ଏବେ ସମ୍ବଲପୁର ଅତିରିକ୍ତ ଏସ୍‌ପି ଭାବେ କାର୍ଯ୍ୟ ତୁଲାଉଛନ୍ତି । ଏଥର ପରେଡ଼୍‌ରେ ସିଆରପିଏଫ୍, ୧୨୦ ବାଟାଲିୟନ, ଆଇଟିବିପି, ଏଏସବିଏନ୍, ଅଗ୍ନିଶମ, ଏସଓଜି ସମେତ ୪୫ଟି ଟ୍ରୁପ୍ ଭାଗ ନେଇଛନ୍ତି ।

ଚଳିତବର୍ଷ ପରେଡରେ ୫୦ରୁ ଅଧିକ ଟ୍ରୁପ୍ ସାମିଲ ହୋଇଛନ୍ତି । ପରେଡ୍‌ ଅଞ୍ଚଳରେ ୧୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ସହ ସିସିଟିଭି ଲଗାଯାଇଛି  ।  ଏଥିସହ ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଥମେ ସୋସିଆଲ ମିଡିଆ ମାଧ୍ୟମରେ  ସେ ତାଙ୍କର ଅଭିବାଦନରେ କହିଛନ୍ତି ଆଜି ଆମେ ଗୌରବମୟ ଦିବସ ପାଳନ କରୁଛେ ,  ଏହି ଅବସରରେ ସେ କହିଛନ୍ତି ଆମେ ସେହି ସମସ୍ତ ମହାନ ବ୍ୟକ୍ତିତ୍ୱଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ

ଯେଉଁମାନେ ଆମର ସମ୍ବିଧାନ ପ୍ରସ୍ତୁତ କରି, ଆମର ବିକାଶ ଯାତ୍ରା ଗଣତନ୍ତ୍ର, ମର୍ଯ୍ୟାଦା ଏବଂ ଏକତା ଉପରେ ଆଧାରିତ ହେବା ସୁନିଶ୍ଚିତ କରିଥିଲେ  ।  ମୁଁ ଆଶା କରୁଛି ଯେ ଏହି ଜାତୀୟ ପର୍ବ ଆମର ସମ୍ବିଧାନର ମୂଲ୍ୟବୋଧକୁ ସଂରକ୍ଷଣ କରିବ  ଏବଂ ଏକ ଶକ୍ତିଶାଳୀ ଏବଂ ସମୃଦ୍ଧ ଭାରତ ଗଠନ ପାଇଁ ଆମର ପ୍ରୟାସକୁ ଆହୁରି ମଜବୁତ କରିବ ।

ରାଷ୍ଟ୍ରପତି ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ପୂର୍ବ ରାତିରୁ ଶୁଭେଚ୍ଛା ଜଣାଇଛନ୍ତି ସେ କହିଛନ୍ତି ଦେଶର ସୀମାକୁ ସୁରକ୍ଷା ଦେଉଥିବା ସେ ବୀର ଯବାନ ମାନଙ୍କୁ ମୁଁ ସଲାମ କରୁଛି ବଡର ଉପରେ ସେମାନେ ଆମକୁ ସୁରକ୍ଷା ଯୋଗାଉଛନ୍ତି , ସେହି ସୁରକ୍ଷା ଆମ ପାଇଁ ମହାନ ଅଟେ