ଧନୁଯାତ୍ରାରେ ପ୍ରବେଶ କଲେ ନୂତନ କଂସ

ଚଳିତ ବର୍ଷ ହେବାକୁ ଥିବା ଧନୁଯାତ୍ରାରେ  ଅନ୍ୟ ଜଣେ କଳାକାର କଂସ ଭୂମିକାରେ ଅଭିନୟ କରିବେ । ହୃଷିକେଶଙ୍କୁ ହଟାଯିବାକୁ ନେଇ କଳାକାର ସମନ୍ବୟ କମିଟିରେ ନିଷ୍ପତି ନିଆଯାଇଛି । ଗତ 2022ରେ 3 ବର୍ଷ ପାଇଁ ହୃଷିକେଶ ଭୋଇଙ୍କୁ କଂସ ଭୂମିକା ପାଇଁ ଚୟନ କରାଯାଇଥିଲା । ନିୟମ ଅନୁସାରେ ତିନି ବର୍ଷରେ ନୂଆ କଂସ ଚୟନ କରାଯିବ କଥା । ହେଲେ ବିବାଦରେ ଥିବା ହୃଷିକେଶଙ୍କୁ କଂସ ନ କରିବାପାଇଁ ବିଭିନ୍ନ ମହଳରୁ ଦାବି ଉଠିବା ପରେ ଚଳିତ ଥର କେହି ଜଣେ ନୂଆ କଳାକାର କଂସ ଭୂମିକାରେ ଅଭିନୟ କରିବେ । 2022ରେ ହୋଇଥିବା କଂସ ଚୟନ ପ୍ରକ୍ରିୟାରେ 2ରୁ 5 ଅଙ୍କ ମଧ୍ୟରେ ଥିବା କଳାକାରଙ୍କ ମଧ୍ୟରୁ ଜଣଙ୍କୁ କଂସ ଭୂମିକା ପାଇଁ ଚୟନ କରାଯିବ ।କଂସ ଭୂମିକା ପାଇଁ ଯାହାକୁ ବଛାଯିବ ସିଏ ଗୋଟିଏ ବର୍ଷ ପାଇଁ କଂସ ଭୂମିକାରେ ଅଭିନୟ କରିବେ | ଡିସେମ୍ବର ଚାରି ତାରିଖ ରେ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ର ଶୁଭସ୍ତମ୍ଭ ସ୍ଥାପନା କରାଯିବ।