ଆଜିଠୁ ଆରମ୍ଭ ହେଉଛି କୃଷ୍ଣସାର ମୃଗ ଗଣନା

ଗଞ୍ଜାମ ଜିଲ୍ଲା ଘୁମୁସର ବନଖଣ୍ଡ ତଥା ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡରେ ଆଜିଠୁ ଗଣନା ଆରମ୍ଭ ହେବ ।  ଏଥିପାଇଁ ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ, ଭଂଜନଗର ସ୍ଥିତ ଲାଲସିଙ୍ଗି ସ୍ଥାୟୀ ଚାରା ଉଦ୍ୟାନ କେନ୍ଦ୍ର ଠାରେ ବନ କର୍ମଚାରୀ, ବିଭିନ୍ନ କଲେଜ ଛାତ୍ର ଏବଂ ନନ୍ଦନକାନନରୁ ଆସିଥିବା ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟରଙ୍କୁ ତାଲିମ ଦିଆଯାଇଛି ।  ଆଜି ପୂର୍ବାହ୍ନ ସୁଧା ଏହି ଗଣନା ଶେଷ ହେବ । ଏଥିପାଇଁ ୫ ଟି ବନାଞ୍ଚଳରେ କୃଷ୍ଣସାର ମୃଗଙ୍କ ଗଣନା ପାଇଁ ୧୮ ଟି ଟିମ୍ ଗଠନ କରାଯାଇଛି ।