ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଷୋଡ଼ଶ ଅର୍ଥ କମିଶନ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗ ସଚିବ ଏବଂ ରାଜ୍ୟ ସରକାରଙ୍କ ପ୍ରମୁଖ ଅଧିକାରୀଙ୍କ ସହ ବୈଠକ କରିବେ ଷୋଡ଼ଶ ଅର୍ଥ କମିଶନ । ଅର୍ଥ କମିଶନଙ୍କ ପାଖରେ 2036 ସୁଦ୍ଧା ବିକଶିତ ଓଡ଼ିଶା ଗଠନର ରୋଡ଼ ମ୍ୟାପ ଉପସ୍ଥାପନ କରିବେ ରାଜ୍ୟ ସରକାର । ଏହାସହ ଅର୍ଥ କମିଶନଙ୍କୁ ଓଡ଼ିଶା ସ୍ବାର୍ଥ ସମ୍ବଳିତ ଦାବି ପତ୍ର ଦେବେ ରାଜ୍ୟ ସରକାର ।
ପାଞ୍ଚ ବର୍ଷର ଯୋଜନା ନେଇ ରାଜ୍ୟ ସରକାର କମିଶନଙ୍କ ନିକଟରେ ଦାବି ରଖିବେ। ଅର୍ଥ କମିଶନ ନିକଟରେ 12 ଲକ୍ଷ 56 ହଜାର 148 କୋଟି ଟଙ୍କାର ଦାବି ରଖିବେ । ମୋଦିଙ୍କ 3.0ରେ ଫୋକସରେ ରହିଛି ଓଡ଼ିଶା। ପୂର୍ବୋଦୟରେ ଓଡ଼ିଶାକୁ ଦିଆଯାଉଛି ପ୍ରାଧାନ୍ୟ । ବିକାଶର ଗ୍ରୋଥ୍ ଇଂଜିନରେ ଓଡ଼ିଶାର ଗୁରୁତ୍ବପୂର୍ଣ୍ଣ ଭାଗିଦାରୀ ରହିବ । ଓଡ଼ିଶାର ଅନେକ ୪ ଦିନିଆ ଓଡିଶା ଗସ୍ତରେ ଅଛନ୍ତି ଷୋଡ଼ଶ ଅର୍ଥ କମିଶନ ।